STORYMIRROR

BISWESWAR MAJHI

Abstract

3  

BISWESWAR MAJHI

Abstract

ରେଡ୍ ଜୋନ୍ ଗ୍ରୀନ୍ ଜୋନ୍

ରେଡ୍ ଜୋନ୍ ଗ୍ରୀନ୍ ଜୋନ୍

1 min
11.1K

ଉଣେଇଶି ମସିହା ଶେଷ ହେବା ଦିନ

ଚାଇନା ଘୋଷଣା କଲା କରୋନା ବଖାଣ।


ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କୋଭିଡ-୧୯ 

ନାମଦେଲେ ତା'ର ବିଷ ଠାରୁ ବଡ ବିଷ ।


ଭୂତାଣୁ ମାତିଛି ଗୋଟେ ମଣିଷ ବାହକ

ଦେଶରୁ ଦେଶକୁ ଡେଇଁ ଆସିଲା ଭାରତ ।


ମାର୍ଚ୍ଚ ବାଇଶିରୁ ଦେଶ ଲକ୍ ଡାଉନ୍ ରେ

ଘରୁ ବାହାରିଲେ ରୋଗ ମଣିଷକୁ ଧରେ ।


ସରକାର କରିଛନ୍ତି ଆରୋଗ୍ଯ ସେତୁ ଆପ୍

କେଉଁଠି ଅଛି କୋଭିଡ ନାହିଁ କାହିଁ ଖାପ୍। 


ଘରେ ବସି ଜାଣିହେବ କେଉଁ ଇଲାକାରେ 

କେତେ ଜଣ କୋଭିଡର କରାଳ ବକ୍ଷରେ ।


ରେଡ୍ ଜୋନ୍ ୟେଲୋ ଜୋନ୍ ଗ୍ରୀନ୍ ଜୋନ୍ ଭାବେ

କୋଭିଡ ଅଛି ବା ନାହିଁ ଅଞ୍ଚଳ ବିଭେଦେ। 


ରେଡ୍ ଜୋନ୍ ତାଜା ଅଛି କୋଭିଡ ପ୍ରଭାବ

ବଢୁଛି ସେଠାରେ ରୋଗ ସଚେତନ ଭାବ ।


ୟେଲୋରେ ସ୍ଥିର ଅବସ୍ଥା ଗ୍ରୀନ୍ ସୁରକ୍ଷିତ

ସତର ମେ ପର୍ଯ୍ୟନ୍ତ ଲକ୍ ଡାଉନ୍ ଘୋଷିତ। 


ଶହେ ବର୍ଷରେ ବିଶ୍ୱର ବଡ ମହାମାରୀ

ସାରା ବିଶ୍ୱ ସ୍ତବ୍ଧ ଲକ୍ଷ ଲକ୍ଷ ପ୍ରାଣ ହାରି ।


ଏ ଦିନ ରହିବ ନାହିଁ ହେଲେ ସଚେତନ

ସାମାଜିକ ଦୂରତା ସହ ସାନିଟାଇଜେସନ। 


ସନ୍ଥର ଜୀବନଚର୍ଯ୍ୟା ଘରେ ବସି ରହି

କରୋନାକୁ ହରାଇବା ଜୋନ୍ ଏକ କରି ।

  


Rate this content
Log in

Similar oriya poem from Abstract