STORYMIRROR

Ghanashyam Biswal

Abstract

2  

Ghanashyam Biswal

Abstract

ରେବ

ରେବ

1 min
164

ନିଜକୁ ଆଧୁନିକ କହି

ଗର୍ବ କରିବା

ତୁମର ହିଂସୁକ ମନର ହିଂସା

ଆଉ

କାମୁକ ଦେହର

ନାଳ ନର୍ଦମାର ତୁଚ୍ଛ ବାସନା

ବିବେକହୀନ ତୁମେ

ଅଵିଵେକୀ ତୁମର ଭାବନା

ବେଦରଦୀ ତୁମ ମନ

ଆଉ ଅମଣିଷ ତୁମେ

ମଣିଷ ଶରୀରେ

ପଶୁର ଆତ୍ମା ନେଇ

ଅନ୍ଧକାରକୁ ଭଲପାଉଥିବା

ତୁମେ ନରରାକ୍ଷସ

ପାପୀ ତୁମେ

ପାପ କରିବା ତୁମ ଶିରାପ୍ରଶିରାରେ ଜିଇଁ ଗଲାଣି

ଅସମ୍ଭାଳ ତୁମ

ହିଂସା ମନୋଭାବ

ଆଉ ତୁମ ଦଉଡି ଛିଡା କାମୁକ ମନ

ଅତ୍ୟାଚାରୀ ତୁମେ

ଆଉ

ଭାବନାର ହତ୍ୟାକାରୀ

ମାଂସ ପାଇଁ

ମାଂସାସୀ ହେବାକୁ ତର ତର

ସତେ ଯେମିତି

ସ୍ନେହ, ଆଉ ମମତାର ସଂଜ୍ଞା ଵି ଜାଣିନ କି ବୁଝିନ

ନିଜ ଆଉ ପର ଭାବନାରେ

ଆଖି ଥାଇ ଅନ୍ଧ ତୁମେ

ଦେଉଛି ଅଭିଶାପ

ଜଳିବ ଦିନେ

ତୁମ ଅହଙ୍କାରୀ ମନ

ଆଉ ବାସନାରେ ମତ୍ତ ଶରୀର

ଆଉ

ପାଇବ ନରକ ସଜା

ପୁଣି ନାହିଁ ନ ଥିବା ଯନ୍ତ୍ରଣା ଭୋଗିବ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract