Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Niranjan Mishra

Action

4  

Niranjan Mishra

Action

ରେ ମନ......ଏ ଜୀବନ ଅଢେଇ ଦିନ

ରେ ମନ......ଏ ଜୀବନ ଅଢେଇ ଦିନ

1 min
277



ରେ ମନ !

ଏ ଜୀବନ ଅଢେଇ ଦିନ ।

ଅଢେଇ ଦିନକୁ ବଡେଇ କରୁଛୁ

କେତେ ଦେଖୁଛୁ ସପନ।

ଦୁର୍ଲଭ ଅଟଇ ମାନବ ଜୀବନ

ଏ ଦେହ କ୍ଷଣ ଭଙ୍ଗୁର ।

ବୈକୁଣ୍ଠବାସୀଙ୍କି ପାଇବା ପାଇଁକି

ସତତ ଯତନ କର ।

ବିବେକ ବୈରାଗ୍ୟ ଜଗାଅ ତୋହର

ସାଧୁ ସଙ୍ଗ କର ନିତ୍ଯ ।

ଶ୍ରୀଗୁରୁ କୃପାରୁ ହରିଙ୍କି ଭେଟିବୁ

ଏ ଦେହ ତୋର ଅନିତ୍ୟ ।

ଅଭ୍ୟାସ ଯୋଗକୁ କରୁଥିବୁ ନିତି

ସୁପଥରେ ତୁ ଚାଲିବୁ ।

ରାମ କୃଷ୍ଣ ହରି ମୁଖେ ଗାଇ ଗାଇ

ଆନେ ହିଂସା ନକରିବୁ ।

ସମଦରଶୀ ତୁ ହୁଅ ମନ ମୋର

ପରନିନ୍ଦାରୁ ନିରତ ।

ରହିଥିବୁ ସଦା ହରିଭଜନରେ

ରହ ମନ ମୋର ରତ ।

ଆୟୁ ନାଶ ହୁଏ ପ୍ରତିକ୍ଷଣ ତୋର

ଯୌବନ ହୁଅଇ କ୍ଷୀଣ ।

କେଜାଣେ କେବେ ତୋ ସଉଦା ସରିବ

କାଳ ନେବ ତୋ ଜୀବନ ।

ସବୁ ସପନ ତୋ ଚୁନା ହୋଇଯିବ

ଭାଙ୍ଗିବ ତୋ ଟାଣ ପଣ ।

ମୋର ବୋଲ ମାନ ଶ୍ରୀଗୁରୁ ଚରଣେ

କର ଆତ୍ମସମର୍ପଣ  ।


Rate this content
Log in

Similar oriya poem from Action