STORYMIRROR

Banasmita Panda

Abstract Tragedy Inspirational

3  

Banasmita Panda

Abstract Tragedy Inspirational

ରେ ଜୀବନ

ରେ ଜୀବନ

1 min
272


ରେ ବାଇମନ

ରେ ଅବୁଝା ଜୀବନ

ତୋର ଅନେକ ରୂପ

ବେଳକାଳ ଥାଉ ଥାଉ

କରୁ ତୁ ସବୁ କରମର ହିସାବ l


ପୁଣ୍ୟ ପଥେ ଯିଏ ଯାଏ

ସେ ଯେ ଏଇଠି ହରି କୁ ପାଏ

ଯିଏ କରଇ ଅନ୍ୟାୟ

ସିଏ ଭୋଗଇ ତାର ଅସହ୍ୟ ବେଦନା 

କଳାକରମ ର ଅବଦାନ

ଆଜି ଜୀବନ, କାଲିକି ନାହିଁ l

ବଞ୍ଚିବାକୁ ବେଳ କାହିଁ 

କରୁଛୁ ଗୋଳ କେଉଁଥି ପାଇଁ

ଆଜି ଯେ କଢ଼, କାଲି ସେ ଫୁଲ

ପରଦିନକୁ, ନାହିଁ ତା ମୂଲ

ଶୁଖିଲା ପତ୍ରର ବୟସ l


ମିଳିମିଶିକି ଚଳି ତୁ ଯାଆ

କରିବେ ତୋତେ ସଭିଏଁ ବାଃ ବାଃ

ଅଢେଇ ଦିନ ଏ ଜୀବନ

କାହିଁକି ଆଣ୍ଟ ଧରିଛୁl

ଏ ମନ 

ଧରିଛି ଦଣ୍ଡି ଉପରେ ସେ 

ବାଛି ବିଚାରୀ 

ଭଲମନ୍ଦ କି ପରଖି ନିଏ

ଭଲ ମନ୍ଦ ରେ ମୁଣ୍ଡ ଖେଳାଅ ନାହିଁ

ନିଜ ସୁଗୁଣ ଅନୁଯାୟୀ କାମ କରଇ

ଆମ ସଂସ୍କାର ଆମ ଆଦର୍ଶ 

ଆମ ପିତା, ମାତା ସମାନ

ପ୍ରତିଫଳିତ ହୁଏ ଆମ ଅଭିମାନ 


କର ନାହିଁ ତାକୁ ଅବମlନ 

ସବୁ ଦୁଃଖ, ସୁଖରେ କରେ

କରୁଛି ସେ ଆମର ଚିନ୍ତା 


ମାନି ଚାଲିଲେ ନଥିବ

ମନରେ କୌଣସି ବ୍ୟଥା

ସଭିଏଁ ଲାଗିବେ ତୋରି ସାଥୀ 

ହୃଦୟର ଡାକ ହୃଦୟ ଭରି l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract