STORYMIRROR

Kshitish Jena

Action Inspirational Children

3  

Kshitish Jena

Action Inspirational Children

ରବିବାର

ରବିବାର

1 min
149


ଛଅଦିନ କର୍ମେ ଲିପ୍ତ ହେବାପରେ

ଆସେ ଯେବେ ରବିବାର

କାର୍ଯ୍ୟରତ ପ୍ରତି ମଣିଷ ନିଜର

କ୍ଲାନ୍ତି କରିଥା'ନ୍ତି ଦୂର ।


ମାଛ, ମାଂସ ତଥା ସେଲୁନ୍‌ ଦୋକାନ

ହୁଏ ଭିଡ଼ ଏହି ଦିନ

ବନ୍ଦ ରହେ ଡାକ, ବ୍ୟାଙ୍କ ବିଦ୍ୟାଳୟ

ପରି ନାନା ଅନୁଷ୍ଠାନ।


ଚାକିରୀରେ ଦୂର ଦୂରନ୍ତରେ ଥିଲେ

ଆସନ୍ତି ଘରକୁ ଫେରି

ରବିବାର କାଟି ପରଦିନ ସିଏ

ଯାଆନ୍ତି ବେଗି ବାହାରି ।


ମଇଳା ପୋଷାକ ସଫା ସହ କରୁ

ଘର ବାଡ଼ି ପରିଷ୍କାର

ଗାଧୋଇ ପାଧୋଇ ଏକ ସାଥେ ବସି

ଖାଦ୍ୟଖାଉ ପସନ୍ଦର ।


ପଢ଼ାଯାଇଥିବା ପାଠ ପିଲା ଘରେ

ଅଭ୍ୟାସ କରନ୍ତି ବସି

ପଢ଼ାଶୀଘ୍ର ସାରି ଟିଭି ପାଖେ ବସି

ମନ କରିଥା'ନ୍ତି ଖୁସି ।


ଖେଳ ସହ ପିଲେ ପାଆନ୍ତି ସୁଯୋଗ

ନୂଆ ଜଗା ବୁଲିବାର

ସାତବାର ମଧ୍ୟେ ଭାରି ଭଲ ଲାଗେ

ଛୁଟିଦିନ ରବିବାର ।



Rate this content
Log in

Similar oriya poem from Action