STORYMIRROR

PRIYANKA SAHOO

Abstract

3  

PRIYANKA SAHOO

Abstract

ରବିବାର

ରବିବାର

1 min
449

ଏଇ ରବିବାର ଆସି ମିତ୍ର ମୋର

ଡାକିଲେ କବାଟ ଖୋଲ,

ଘଣ୍ଟାକୁ ଚାହିଁଲି ବାଉଳା ହୋଇଲି

ପେଟ ହେଲା କଟମଟ


ନିଦ୍ରା ଭରା ଆଖି ପାରିଲିନି ଦେଖି

ଚଉକିରେ ଧକ୍କା ହେଲି,

ମୁହଁ ମାଡି ତଳେ ପଡିଗଲା ବେଳେ

ମିତ୍ର କୁ ମୋ ଗାଳି ଦେଲି


ଚିକେନ୍ ଆଣିଛି ତେଲ ବି ଆଣିଛି

ପିଆଜର ଦେଖା ନାହିଁ,

ଉଦାସ ବଦନେ ବଜାର ଗମନେ

ଚିନ୍ତା ହେଲା ଟଙ୍କା ପାଇଁ


ମନଟା ବିକଳ ଫେରିଲୁ ସଅଳ

ରାନ୍ଧିଲୁ ମସଲା ଅଳ୍ପ

ଲାଗିଲାନି ଭଲ ଯାହା କଲବଲ

ପିଆଜର କି ବିକଳ୍ପ


ଖାଦ୍ୟ ଶେଷ ପରେ ଶୋଇବା ଶେଯରେ

ହିସାବ କରିଲୁ ବସି,

ଜାଣି ଏତେ ଟଙ୍କା ମିତ୍ର ମୁହଁ ବଙ୍କା

ପଳାଇଲା ସିଏ ଖସି



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract