ରୌଦ୍ରତାପେ ଉତ୍ତପ୍ତ ଧରିତ୍ରୀ
ରୌଦ୍ରତାପେ ଉତ୍ତପ୍ତ ଧରିତ୍ରୀ
ବିଚିତ୍ର ବ୍ରହ୍ମାଣ୍ଡ ତାରା ଖଣ୍ଡ ଖଣ୍ଡ
ରବି ଆମର ନକ୍ଷେତ୍ର
ଉଜ୍ଜ୍ୱଳ ଜ୍ୟୋତିଷ୍କ ରଶ୍ମି ତାର ଉଷ୍ମ
କମ୍ପଇ ତାପେ ସର୍ବତ୍ର l
ଘୂରଇ ଧରିତ୍ରୀ ବକ୍ଷେ ଧରି ସ୍ଥିତି
ଚକ୍ରକାରେ ଭାସ୍କରର
ପଶ୍ଚିମରୁ ପୂର୍ବ ଅବିରତ ଭବ
ପାଶେ ଦୂରେ ଆଦିତ୍ୟର l
ନାହିଁ ଭେଦ ଭାବ ଆଭାର ପ୍ରଭାବ
ସର୍ବଦା ଆଭା ସମାନ
ପାଶେ ରୂପ ରୁଦ୍ର ଦୂରେ ଥିଲେ ଶୀତ
ଗ୍ରୀଷ୍ମେ ରାତ୍ର ହୁଏ ସାନ l
ପ୍ରଚଣ୍ଡ କିରଣ ଝାଞ୍ଜି ପ୍ରବାହନ
ରୌଦ୍ର ତାପେ ଧରା ଶୁଖେ
ଧରିତ୍ରୀ ଶ୍ରୀହୀନ ଜୀବ ହୀନିମାନ
ତ୍ରାହି ତ୍ରାହି ସର୍ବ ମୁଖେ l
ଦୁର୍ଲଭ ଜୀବନ ମାନବ ସନ୍ତାନ
ବର ପୁତ୍ର ଧରିତ୍ରୀର
ସ୍ୱାର୍ଥରେ ପାଗଳ ଏଠି ସେହି ଖଳ
ନଷ୍ଟ ଭ୍ରଷ୍ଟ ପ୍ରକୃତିର l
ଜୀବ ବୃକ୍ଷ ଲତା ବିନାଶ କରତା
ପାହାଡ଼ ଜଙ୍ଗଲ ନାଶେ
ନଦୀ ଗତି ପଥ କରେ ଅବରୋଧ
ସୁନ୍ଦର ଧରିତ୍ରୀ ଧ୍ବଂସେ l
ଶିଳ୍ପ ଶସ୍ତ୍ର କଳ ପରମାଣୁ ବଳ
ଫୁଟା ଫୁଟି ପରୀକ୍ଷଣ
ପ୍ରଦୂଷଣ କାଳ ତାପ ମହାକାଳ
ପ୍ରାୟଶ୍ଚିତ ପ୍ରତିକ୍ଷଣ l
ଧରିତ୍ରୀ ଉତ୍ତପ୍ତ ଠପ ଯାତାୟାତ
ପ୍ରାଣଘାତୀ ଅଂଶୁଘାତ
ପଥିକ ତୃଷାର୍ତ୍ତ ଜୀବ ଜନ୍ତୁ ସେତ
ଜଳ ବିନା ମୃତାହତ l
ହେଜ ଚିନ୍ତାଶୀଳ ପ୍ରାଣୀଙ୍କ ବିକଳ
ଛାଡି ସବୁ ଟାଳଟୁଳ
ସବୁଜ ଉଦ୍ଭିଦ କାର୍ଯ୍ୟ ତ୍ୱରାନ୍ୱିତ
ବିଳମ୍ବରେ ଅସମ୍ଭାଳ l
ହେଵା ସଚେତନ କରି ଜାଗରଣ
ଧରିତ୍ରୀ ସେବାରେ ମନ
କୃତ୍ରିମତା ହତ ରୌଦ୍ର ହେବେ ଶାନ୍ତ
ନୃସିଂହର ନିବେଦନ ।
