STORYMIRROR

Pranati Panda

Classics

3  

Pranati Panda

Classics

ରାତ୍ରୀ ରାଣୀ—୧

ରାତ୍ରୀ ରାଣୀ—୧

1 min
197


ସନ୍ଧ୍ୟା ନଇଁ ଗଲେ ରାତ୍ରୀ ରାଣୀ ତୁମେ 

          ଚାଲିଆସ ମହୀ ପରେ ,

ନବ ବଧୂ ପରି ଓଢ଼ଣାକୁ ଟାଣି

   ଓହ୍ଲାଅ ଗୋ' ଧୀରେ ଧୀରେ ।


ମୃଦୁ ମନ୍ଦହାସୀ‌ ତୁମେ ଗୋ' ରୂପସୀ 

        ନିସ୍ତବ୍ଧ ସନ୍ଧି ବେଳାରେ ,

ଅନିନ୍ଦ୍ୟା ସୁନ୍ଦରୀ ଛାଇ ଯାଅ ତୁମେ

      ଏ' ମର୍ତ୍ତ୍ୟ ଭୁବନ ପୁରେ ।


ପଲକିତ ନେତ୍ରେ ନିଦ୍ରା ଭରି ଦେଇ 

         ସପନ ଦେଇ ଗୋପନେ ,

ହରି ନେଇ କ୍ଳାନ୍ତି ସଜୀବ ଶରୀରୁ

      ବିଶ୍ରାମ ଦେଇ ବଦନେ ।


ଅଙ୍ଗେ , ଅଙ୍ଗେ ଭରି  ନବ ଶିହରଣ

          ସାରା ସୁଖ ବାଣ୍ଟି ଜନେ ,

ସ୍ଵାଭିମାନିନୀ ଗୋ ' ଫେରିଯାଅ ତୁମେ

       ନବ ଉଷା ଆଗମନେ ।


        


Rate this content
Log in

Similar oriya poem from Classics