STORYMIRROR

sudhakar sethi

Abstract

2  

sudhakar sethi

Abstract

ରାତିର ନୀରବତା

ରାତିର ନୀରବତା

1 min
2.7K


ରାତି ଯେବେ ବଢିଚାଲେ

ରାସ୍ତା ହୁଏ ଶୁନସାନ

ଭାବନା ରାଇଜେ ଦିଶିଯାଏ

ଶିହରିତ ଫୁଙ୍ଗୁଳା ବଦନ 


ଖିଆଲି ମନେ ଉଠେ ଝଡ 

ହୃଦେ ବହେ ପ୍ରୀତିର ବନ୍ୟା 

ଭାବିବା ଆଗରୁ ବଢିଯାଏ ପାଦ

ଆଖି ଖୋଜେ କାହାର ପ୍ରତୀକ୍ଷା


ନିସ୍ତେଜ ସଡକ ଛାତିରେ ଦିଶିଯାଏ

 ଊଚ୍ଚା ନୀଚ୍ଚା ବନ୍ଧୁରତା

ଚୁପି ଚୁପି କହିଚାଲେ ତାର ସେ

ଅତିତର ଅବ୍ୟକ୍ତ ବେଦନା


ଭାବନାର ପରିସମାପ୍ତି ପୁଣି ଫେରେ

 ସେଇ ବାସ୍ତବତା

ଭାବିବା ଆଖରୁ ଘଟୁଥିବା ଘଟଣା

 ଦୁର୍ଘଟଣାର ନଗ୍ନ ଚିଠା


ବିଜୁଳି ବତିର ସେ ଦପଦାପ ଆଲୁଏ

ଦିଶିଯାଏ କିଛି ଭୟାତୁର ମୁହଁ

ଅଧାଘୋଡା ଛିଣ୍ଡା ବୁରା ଭିତରେ

ଶୋଇବାର ଅଭିନୟର ଚିହ୍ନ


ଶୀତସିନା ହାରମାନେ ହାରମାନେନା

ନିଶାସକ୍ତ ବେପାରୁଆ ଗାଡିଚାଳନା

ସକାଳୁ କିଛି ଭଙ୍ଗା ହାଡ ରକ୍ତଛିଟା

ଶୁନ୍ୟରେ ହଜିଯାଇଥିବା କାନ୍ଦଣା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract