STORYMIRROR

Anam Charan Sahoo

Abstract Tragedy

3  

Anam Charan Sahoo

Abstract Tragedy

ରାତି ଯିବ ପାହି

ରାତି ଯିବ ପାହି

1 min
11.9K

ଭୁଲିବାକୁ ହେବ ଏ ଦାରୁଣ ଦୁଃଖ ସମୟ ସ୍ରୋତରେ ଦିନେ ଦୁଃଖ ପରେ ସୁଖ ସୁଖ ପରେ ଦୁଃଖ ରଖିବାକୁ ହେବ ମନେ। ଇଛାଥାଇ ମଧ୍ୟ ମରିଯାଏ ମନ ଦୁଃଖେ ହେବାପାଇଁ ସାଥି କର୍ପୁର ଉଡିବ କନା ପଡିଥିବ ଦିନ ଯାଇଥିବ ବିତି। କାହା ସୁଖେ ପୁଣି ହେବା ଭାଗିଦାରୀ ଭାଗ୍ଯେ ଏବେ ନାହିଁ ଲେଖା କିଏ ଜାଣେ ପୁଣି କି ଲେଖିଛି ବିଧି ହେବକି ନ ହେବ ଦେଖା। ସମୟ ହିଁ ଦେବ ଏହାର ଉତ୍ତର ଏଥିରେ ସଂଶୟ କାହିଁ ଧୈର୍ଯ୍ୟ ଧରି ଥିଲେ ଏହି ମରତରେ ରାତି ଯିବ ସିନା ପାହି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract