STORYMIRROR

Prahallad Sahoo

Romance Classics Fantasy

3  

Prahallad Sahoo

Romance Classics Fantasy

ରାତି ଓ ଋତୁର ଚୋରା ଚାହାଣୀ

ରାତି ଓ ଋତୁର ଚୋରା ଚାହାଣୀ

1 min
156

ମୃଗନୟନା ଗୋ 

ତୁମର ସେ ଚୋରା ଚାହାଣୀ

ମନ ତଳର ବେଦନାକୁ ଦିଏ ବଖାଣି

ଅବଦମିତ ଇଚ୍ଛାର ସେ ତ ପରଶମଣି

କେତେବେଳେ ଚୋରା ଚଇତାଳି

କେତେବେଳେ ବେଦନାଭରା ନାଗଫେଣୀ

ବେଳେବେଳେ ଉଦିଆ ଚାନ୍ଦକୁ ଢାଙ୍କି ଦେଇଥିବା

କଳା ବଉଦର ପାଟ ଓଢଣୀ

ତୁମର ସେ ଚୋରା ଚାହାଣୀ ।


ଅଭିସାରିକା ଗୋ

ମୋ ମନ ଉଦ୍ୟାନର ଫୁଲ ରାଣୀ

କଢିଟିଏ ସିନା ବାସେ ନାହିଁ,

କଢି ପରା ଏବେ ଫୁଲଟିଏ ହୋଇ ଫୁଟିଲାଣି

ଫୁଲ ସିନା କଥା କହେ ନାହିଁ,

ତା ମଧୁର ବାସ୍ନାରେ ଚଉଦିଗ ଚହଟିଲାଣି

ଓଠ ସିନା କିଛି କହେ ନାହିଁ,

ହେଲେ ସବୁ କହିଦିଏ

ତୁମ ସେ ଚୋରା ଚାହାଣୀ !


ପ୍ରିତୀ ନାୟିକା ଗୋ 

ମଧୁମକ୍ଷୀକୁ କି ଅଜଣା ତା ଫୁଲ ରାଣୀ

ଚିଠି କି ସନ୍ଦେଶ ଲୋଡା ନାହିଁ

ଫୁଲର ମହକ ମଧୁମକ୍ଷୀକୁ ପାଗଳ କଲାଣି

ସେ ମହକ ସିନା ସମସ୍ତଙ୍କୁ ବାସେ ନାହିଁ

ଚକୋରକୁ ଜଣା ଚକୋରିର ମନ କାହାଣୀ

ତୁମ ପ୍ରିତୀ ମହକ ଲାଗି ମୋ ମନ ଅଧିର ହେଲାଣି

ତୁମେ ସିନା ନିରବେ ନିରିମାଖି

ହେଲେ ତୁମ ନିରବତା କହିଦିଏ

ତୁମ ସେ ଚୋରା ଚାହାଣୀ !


ମଧ ମାନିନୀ ଗୋ

ମୁଁ ହେଲେ ସଙ୍ଗୀତ ତୁମେ ମୋ ରାଗିଣୀ

ମୋ ପ୍ରେମ ସଙ୍ଗୀତରେ ସପ୍ତରାଗ ଦିଅ ଭରି

ରାତି ବଦଳିଲେ ଋତୁ ବଦଳିଯାଏ 

ରାଗ ବଦଳିଲେ ସ୍ବର ବଦଳିଯାଏ 

ତୁମେ ବଦଳିଲେ ଯୁଗ ବଦଳିଯାଏ 

ନପାହୁ ଏ ରାତି, ଫଗୁଣର ଫଗୁ ହେଉ ସାଥି

ବସନ୍ତର ଶିହରଣ ଗ୍ରୀଷ୍ମରେ ନଯାଉ ଜଳି 

ବନ୍ଦ ଥାଉ ବରଂ ମୋର ଏ ସ୍ବପ୍ନ ବିଭୋର ଆଖି 

ଖୋଲା ଆଖିରେ କେବଳ ଦିଗବଳୟ ଯାଏ ଦେଖି 

ନପାହୁ ଏ ଋତୁଶ୍ରେଷ୍ଠ ରାତି 

ତୁମ ପ୍ରତୀକ୍ଷାରେ ମନ ଉଚ୍ଚାଟ ହେଲାଣି 

କିଛି ନକହି ବି ସବୁ କହିଦିଏ 

ତୁମ ସେ ଚୋରା ଚାହାଣୀ ! 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance