STORYMIRROR

Shashanka sekhar Ray

Abstract

2  

Shashanka sekhar Ray

Abstract

ରାତି ଆସେ

ରାତି ଆସେ

1 min
172

ରାତି ଆସେ

ବୁର୍ଖା ପିନ୍ଧିଥିବା ମହିଳାର

ଜୁଳୁଜୁଳୁ ଦିଶୁଥିବା ଆଖି ଡୋଳାରେ

ପୋଡିଯାଇଥିବା ଗୋଟିଏ ଚାଳଘର

କୁଟା ପାଉଁଶ ଅଙ୍ଗାରରେ

ଶ୍ରାବଣର ଭଷା ବାଦଲମାନଙ୍କ ଦୋଳିରେ

ଦୂରକୁ ଫିଟିଯାଇଥିବା

 ପ୍ରଶସ୍ତ ପିଚୁରାସ୍ତାର ଛାତିରେ 

ଗୁମସୁମ ଚୁପଚାପ 

ନିସ୍ତବ୍ଧ ଚିର ନିଘୋଡ ନିଦରେ


ରାତି ଆସେ 

ବଢିଲା ଝିଅର ବାପାର

ବଢିଯାଉଥିବା ରକ୍ତଚାପରେ

ଆଖିରୁ ପାଣି ମରେ ମଦୁଆ ସ୍ଵାମୀପାଇଁ

ସ୍ତ୍ରୀ ଟିର ହାଇମରା ଅଳସରେ

ପ୍ରେମିକାର ଲୁଚାଛପା ପ୍ରଣୟ

ଧରାପଡିଲେ ଆଖିରେ

ଖୁଁ ଖୁଁ କାଶି କାଶି ବେଦମ

ହେଉଥିବା ବୁଢାର ଦୟାରେ


ରାତି ଆସେ

ଭୂତର ପଶରା ମୁଣ୍ଡେଇ

ଅଣ୍ଡାବାଲିର ସପନରେ

ହାଟରୁ ସଉଦା କିଣି କିଣି

ଠକିଯାଇଥିବା କିଶୋରୀର ଚପଳତାରେ

ଭେଣ୍ଡିଆ ପୁଅକୁ ହରାଇଥିବା

ଗୋଟିଏ ମାଆର ଗରମ ଲୁହରେ 

ବାଘ ପଞ୍ଝାରୁ ଖସିଆସିଥିବା

 ହରିଣୀ ପ୍ରାଣମୁର୍ଛା ଦୌଡରେ


ରାତି ଆସେ

ତମ ସହର ବସ୍ତିରେ

ଆମ ଗାଁ ଗଣ୍ଡା ସାହିରେ

ଆସୁଥାଏ ସେ ସବୁବେଳେ

ମୋ ମନ ତୁମ ସପନରେ

କୁହୁଡି ପରି ମାଡିଯାଏ 

ଆମ ସଭିଙ୍କର ଜୀବନରେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract