STORYMIRROR

Kishore Nayak

Inspirational Children

3  

Kishore Nayak

Inspirational Children

ରାସ୍ତାର ନିୟମ ମାନି ଚଳିଲେ...

ରାସ୍ତାର ନିୟମ ମାନି ଚଳିଲେ...

1 min
14

ଶିଶୁ ଓ କିଶୋର ମାନଙ୍କ ପାଇଁ କବିତାଟିଏ 


ପେଁ ପାଁ ପେଁ ଶବଦ କରି 

         ରାସ୍ତାରେ ଚାଲିଛି ଗାଡି 

ବାଁ, ଡାହାଣ ନଦେଖି ସନା 

           ଆଗକୁ ଯାଉଛି ମାଡି ll


ପଛରୁ ରହି ଡାକିଲା ଘନା 

          ହଇରେ ସନିଆ ଭାଇ 

ରାସ୍ତାର ନିୟମ କାନୁନ କିଛି 

        ତତେ କିରେ ଜଣା ନାହିଁ? ll


ବାଁ, ଡାହାଣ, ଆଗ, ପଛକୁ 

          ନଦେଖି ଯାଉଛୁ ମାଡି 

ଅସାବଧାନ ଟିକିଏ ହେଲେ 

           ବିପଦରେ ଯିବୁ ପଡି ll


ଦୁର୍ଲ୍ଲଭ ସମ ଏଇ ଜୀବନ 

           ତା'ର ସୁରକ୍ଷା ପାଇଁ 

ଅଜ୍ଞାନତାର ପ୍ରରୋଚନାରେ 

          କେବେ ବି ଭୁଲ ନାହିଁ ll


ବାଁ, ଡାହାଣ, ଆଗ, ପଛକୁ 

          ଦେଖିକି ଭଲ ଭାବେ 

ସାବଧାନରେ ରାସ୍ତାକୁ ପାର 

         ହୋଇବ ଯାଇ ତେବେ ll


ଏଇ କଥାକୁ ମନରେ ହେଜି 

          ନହୋଇ ବୁଦ୍ଧିବଣା 

ରାସ୍ତାର ନିୟମ ମାନି ଚଳିଲେ 

           ହେବନି ଦୁର୍ଘଟଣା ll




Rate this content
Log in

Similar oriya poem from Inspirational