Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chittaranjan Nanda

Abstract Inspirational Others

4  

Chittaranjan Nanda

Abstract Inspirational Others

ରାଷ୍ଟ୍ରୀୟତା ଭାବ ଜାଗ୍ରତ କରିବା

ରାଷ୍ଟ୍ରୀୟତା ଭାବ ଜାଗ୍ରତ କରିବା

1 min
268



ବିବେକ ପାଇଁ ସୃଷ୍ଟିର ସୃଷ୍ଟିରେ ମଣିଷ ତ

ଶ୍ରେଷ୍ଠ ପ୍ରାଣୀ ଭାବେ ଗଣା

ଅହଂକାରେ ନିଜକୁ ବଡ଼ ମଣି, ଜ୍ଞାନକୁ

ପାଶୋରି ଅଜ୍ଞାନୀରେ ହୁଏ ଜଣା ।


ସ୍ୱାର୍ଥାନ୍ଧ ମଣିଷ ମନରେ ନଥାଏ କେବେ

କର୍ତ୍ତବ୍ୟର ଭାବବୋଧ

ଅନ୍ୟାୟ ତାହାର ସର୍ବସ୍ବ, ନଷ୍ଟ କରେ ସେ

ତାହାର ସବୁ ମହତ ।


ଲକ୍ଷ୍ୟଭ୍ରଷ୍ଟ ହୋଇ ବିବେକ ବିଚାର ହରାଇ

ଜୀବନର ଗତିକୁ ଚଲାଉଛେ

ପ୍ରତି ମୁହୂର୍ତ୍ତରେ ସମାଜ ପ୍ରତି ବିପଦକୁ ସଦା

ଜାଣି ଶୁଣି ଠେଲି ଦେଉଛେ ।


ଖାଲି ଠକିବାର ମନ ନେଇ ପଶୁ ପକ୍ଷୀ ଠାରୁ 

ହୀନ ମଣିଷ ଜୀବନ କଟାଉଛେ

ନ୍ୟାୟାଳୟରେ ଆଜି ନ୍ୟାୟ ନାହିଁ, ସପନ 

ବିଳାସୀ ସ୍ୱାର୍ଥ ହାସଲ ପାଇଁ ଧାଇଁଛେ ।


ଦେବାଳୟ ଆଜି ହୋଇଛି ଶୋଷଣ କଷଣର 

ଦ୍ୱାର, ଭକ୍ତି, ଶ୍ରଦ୍ଧା ଲୋପ ପାଇଛି

ଶହ ଶହ ଦେବାଳୟ ଭଗ୍ନ ସ୍ତୁପ ଅବସ୍ଥାରେ ଥିଲେ 

ମଧ୍ୟ ନୂଆ ମନ୍ଦିର ନିର୍ମାଣରେ ନେତା ଲାଗିଛି ।


ଚିକିତ୍ସାଳୟ ନାମେ ଚାଲିଛି ଘରୋଇ ଡ଼ାକ୍ତରଖାନା

ସେବା ନାମେ ବ୍ୟବସାୟର ପ୍ରହସନ ଚାଲିଛି 

ଘରୋଇ ବିଦ୍ୟାଳୟ ନାମେ ଚାଲେ ବ୍ୟବସାୟ 

ପାଠ ପଢା କିଛି ନାହିଁ ଟ୍ୟୁସନ ଖାଲି ଚାଲିଛି ।


ଫମ୍ପା ମାଠିଆର ଶବଦ ବେଶି, ଏହା ତ ସାରା

ଜଗତ ବିଦିତ

ଦେଶ ଗଠନର ଦୃଶ୍ୟମାନ ଦେଖା ମଳିବକି ଯିଏ 

ପୁରା ଭାବେ ବିଶୃଙ୍ଖଳିତ ।


ସ୍ୱାର୍ଥାନ୍ଧ କେବେ ନେବକି ମନରେ ସେବା  

ଧର୍ମ ନିଷ୍ଠା ସାହାଯ୍ୟର ଭାବ

ଇତିହାସ କୁହେ, ରାଷ୍ଟ୍ରହିତ କର୍ତ୍ତବ୍ୟର କଥା

ମନେ ତାର କେବେ ଉଦୟ ନହେବ ।


ଆସ ମୋର ଭଉଣୀ ଭାଇ, ସତ୍ୟ ନ୍ୟାୟ ସାସ୍ବତ

ଭାବକୁ ଗ୍ରହଣ କରିବା

ଘୃଣ୍ୟ ଭାବ ଛାଡି, ବୁଦ୍ଧି ବିବେକର ମାର୍ଗେ, ରାଷ୍ଟ୍ରୀୟ 

ଭାବ ଜାଗ୍ରତ କରି ଦେଶକୁ ଗଢିବା ।


ମିଥ୍ୟା ଆଭରଣ କରି ତ୍ୟାଗ, ଏ ଦୁର୍ଲଭ ଜନମକୁ

ନକରିବା ଆମେ ନଷ୍ଟ  

ଅବଶ୍ୟ ଏ ମହାନ୍ ତତ୍ତ୍ବକୁ ବୁଝି ମଣିଷ ଜନମକୁ

ସାର୍ଥକ କରିବା କଷ୍ଟ ।


Rate this content
Log in

Similar oriya poem from Abstract