STORYMIRROR

Binata Mohanta

Inspirational Children

3  

Binata Mohanta

Inspirational Children

ରାଷ୍ଟ୍ରୀୟ ଧ୍ୱଜ

ରାଷ୍ଟ୍ରୀୟ ଧ୍ୱଜ

1 min
244

ତ୍ରିରଙ୍ଗା ସୃଷ୍ଟିର କାହାଣୀ ଅଟେ ରୋମାଞ୍ଚକ

କେତେଥର ବଦଳି ଥିଲା ଏହାର ରୂପରେଖ 


ଶେଷରେ ପାଇଲା ରାଷ୍ଟ୍ରୀୟ ଧ୍ଵଜାର ସ୍ଵୀକୃତି

୧୯୪୭ମସିହା ଜୁଲାଇ ୨୨ ତାରିଖରୁ ହୁଏ ଏହାର ନୂତନ ଉତ୍ପତ୍ତି 


ତିନିରଙ୍ଗର ସମାହାର ଆମ ରାଷ୍ଟ୍ରୀୟ ଧ୍ଵଜ

ଭାଇ ଚାରାର ସନ୍ଦେଶ ବାଣ୍ଟେ ହୋଇ ଅଗ୍ରଜ 


ନାରଙ୍ଗୀ ଦର୍ଶାଏ ସାହସ, ବୀରତ୍ବ ଓ ବଳିଦାନ

ଧଳା ବଢାଏ ସତ୍ୟ, ଶାନ୍ତି ଓ ପବିତ୍ରତା ର ମାନ 


ସବୁଜ ଗାଏ ଉନ୍ନତି,ପ୍ରଗତି ଓ ସଂବୃଦ୍ଧିର ଗୁଣ

ଧଳା ରଙ୍ଗ ମଧ୍ୟେ ଶୋଭେ ଗାଢ଼ନୀଳ ଅଶୋକ ଚକ୍ର ଚିହ୍ନ 


        

୨୪ ଗୋଟି ବାଡି ଚକ୍ର ମଧ୍ୟେ ହୋଇଛନ୍ତି ଅବତରଣ

ଯାହା ପ୍ରତି ଘଣ୍ଟାର ହିସାବର ଦିଅନ୍ତି ପ୍ରମାଣ 


ସଭିଏଁ ନିଜ କାମରେ ରୁହ ତତ୍ପର

ସର୍ବଦା ଆଗକୁ ବଢ଼ିବାରେ ହୁଅ ଆଗଭର 


ଶିଖାଏ ପୁଣି କରିବାକୁ ଦେଶ ଓ ଜାତିର ଉନ୍ନତି

ଫଳ ସ୍ବରୂପେ ମିଳେ ଦେଶ ଓ ଜାତିର ପ୍ରଗତି 


ତ୍ରିରଙ୍ଗା ଅଟେ ଆମ ଦେଶ,ଜାତିର ଗୌରବ

ଏହାର ସୁରକ୍ଷା ପ୍ରତ୍ୟେକ ନାଗରିକର କର୍ତ୍ତବ୍ୟ 


ଆଣିବା ଯେବେ ଯେବେ ଦେଶ ପାଇଁ ଗୌରବ

ସର୍ବୋଚ୍ଚେ ଉଡିବ ତ୍ରିରଙ୍ଗା ହୋଇ ଫର ଫର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational