ରାଣୀ ପଦ୍ମାବତୀ
ରାଣୀ ପଦ୍ମାବତୀ
ସିଂହଳର ରାଜା ଗନ୍ଧର୍ବ ସେନ ଓ
ରାଣୀ ନାମ ଚମ୍ପା ବତୀ
କୋଳକୁ ମଣ୍ଡନ କରିଲେ ତାଙ୍କର
ଦୁହିତା ଯେ ପଦ୍ମାବତୀ ।
ରୂପ ଗୁଣ ତାଙ୍କ କି ଉପମା ଦେବା
ସତେ କି ସରଗ ପରୀ
ରମ୍ଭା, ମେନକା, ଓ ଉର୍ବଶୀ ସୁନ୍ଦରୀ
ରୂପକୁ ନୋହିବେ ସରି ।
ଅପୁର୍ବ କାନ୍ତିକୁ ଦେଖି ମୁନି ଋଷିଙ୍କର
ଭାଙ୍ଗିଯିବ ଧ୍ୟାନ
କିପରି ବିଧାତା ଗଢିଲା ତାହାକୁ କରି
ଏତେ ମନୋରମ ।
ଶଶିକଳା ପରି ଅପୁର୍ବ ସୁନ୍ଦରୀ
ବଢିଲା ଦିନ କୁ ଦିନ
ସ୍ଵୟମ୍ବର ସଭା କରିବା ପାଇଁ ଯେ
ରାଜାଙ୍କୁ କଲେ ବରଣ ।
ରାହୁଲ ରତନ ସିଂ ନାମ ଧାରୀ
ଚିତୋର ରାଇଜ ରାଜା
ପଦମ ସିଂ କୁ ପରାସ୍ତ କରି ଣ
ପଦ୍ମା ବତୀ ହେଲେ ବିଭା ।
ରାଜାଙ୍କର ରାଜ୍ୟସଭାରେ ରାଘବ
ଚେତନ ଯେ ଯାଦୁଗର
ସୁନ୍ଦର ବଂଶୀ ବାଦକ ଓ ଆର୍ଟିଷ୍ଟ,
ପୁଣି ପେଣ୍ଟର, ସିଙ୍ଗର ।
ପଦ୍ମାବତୀ କୁ ସେ ଆଖି ପକାଇଲା
ମୁହେଁ ବୋଳାହେଲା କଳା
ଚିତୋର ରାଜ୍ୟରୁ ତଡ଼ା ଖାଇ ସିଏ
ନୂଆ ଦିଲ୍ଲୀ ଚାଲିଗଲା ।
ଆଲ୍ଲାଉଦିନ ଖିଲଜି ପାଶେ ଯାଇ
ପଦ୍ମାବତୀ କଥା କହି
ଚିତ୍ରଆଙ୍କି ରୂପ ଦେଖାଇଲା ତାକୁ
ପାଗଳ ଗଲା ସେ ହୋଇ ।
ଚିତୋର ରାଜ୍ୟରେ ପ୍ରବେଶ ପାଇଁ
ତାକୁ ଆଠ ମାସ ଲାଗିଗଲା
ଆଶା ପୂର୍ଣ୍ଣ ସିଏ ନ କରି ପାରିଣ
ଛଳରେ ବନ୍ଧୁତା କଲା ।
ଅତି ଆପଣାର ଭାବ ଦେଖାଇ ସେ
ଗଡ଼ରେ ଅତିଥି ହେଲା
ଭଉଣିକୁ ଟିକେ ଦୂରରୁ ଦେଖିବି
ବୋଲି ରାଜାଙ୍କୁ କହିଲା ।
ରାଣିଙ୍କୁ କେହିତ ଦେଖି ପାରିବେନି
ଅଛି ରାଜପୁତ ପ୍ରଥା
ଦର୍ପଣରେ ଦେଖି ରାଣୀକୁପାଗଳ
ହୋଇ ବୁଡିଗଲା ଚେତା ।
ଛଳରେ ରାଜାଙ୍କୁ ବନ୍ଦୀ କରି ଭାଷେ
ପଦ୍ମାବତୀ ନେବେ ଆସି
ସର୍ଜିକଲ ଷ୍ଟ୍ରାଇକ ରେ ପଦ୍ମାବତୀ
ପାଲିଙ୍କିରେ ସୈନ୍ୟ ପେଶି ।
ରାଜାଙ୍କୁ ମୁକ୍ତି କରି ସୈନ୍ୟ ଆଣିଲେ
ରାଗରେ ସେ ଯୁଦ୍ଧ କଲା
ମହାପ୍ରତାପିର ଯୁଦ୍ଧରେ ରାଜାଙ୍କ
ବୀର ଗତି ପ୍ରାପ୍ତ ହେଲା ।
ରାଣୀ ଆଉ ଷୋଳ ହଜାର ରମଣୀ
ଅଗ୍ନିରେ ଝାସ ଦେଇ ଣ
ନିଜର ସତୀତ୍ୱ ବଜାୟ ରଖିଲେ
ଅନଳରେ ଦେଲେ ପ୍ରାଣ ।
ଏବେବି ଚିତୋରେ ନିଆଁ ଜଳା ନାମେ
ହେଉଅଛି ଏକ ମେଳା
ପଦ୍ମାବତୀ କୁ ମାନବ ଦେବି ବୋଲି
ମାନନ୍ତି ରାଇଜ ସାରା ।
ଧନ୍ୟ ପଦ୍ମାବତୀ ଧନ୍ୟ ତୋ କିରତି
ମହୀରେ ରଖିଛ ଯଶ
ଝୁରୁଛି ଚିତୋର ଝୁରେ ରାଜସ୍ଥାନ
ପୁଣି ଜନ୍ମନେଇ ଆସ ।
