ରାମନାମ ଶକ୍ତି
ରାମନାମ ଶକ୍ତି
ରାମରାମ ସଦା ଭଜରେ ମାନବ,
ରାମରାମ ସଦା ଭଜ,
ସେ ନାମ ଭଜିଲେ ଶକ୍ତିଶାଳୀ ହୋଇ,
ବଞ୍ଚିବା ହେବା ସହଜ |
ସେ ନାମ ଭଜିଣ ମାରୁତି ନନ୍ଦନ,
ହୋଇଲେ ଚିର ଅମର,
ସେ ନାମ ଭଜିଣ ରାମାୟଣ କଥା,
ଲେଖିଲେ ଦସ୍ୟୁ ରତ୍ନାକର |
ସେ ନାମ ମଧୁର ପାଇଛି ଯେ ଜନ,
ଜାଣିଛି ତାହାର ଶକ୍ତି,
ସେଇ ନାମ ଗାଇ ଚୈତନ ପ୍ରଭୁ,
ବଖାଣି ବିପୁଳ ଭକ୍ତି ।
ରାମ ପାଇଁ ସିନା ରାମାୟଣ କଥା,
ଲକ୍ଷ୍ମୀ ହେଲେ ମାତା ସୀତା,
ରାମ ନାମ ନେଇ ଶବରୀ ଯେ ଧନ୍ୟ,
ହେଲେ ପ୍ରଭୁଙ୍କର ମାତା |
ଅତି ସୁନ୍ଦର ଓ ସହଜ ସେନାମ,
ସବୁଦିନେ ମୁଖେ ଧର,
ଅକାଳେ କେବେବି ଧରିବନି ଯମ,
ହୋଇବୁ ସଂସାର ପାର |
ସେ ନାମ ଅମୃତ, ସତ୍ୟ ସନାତନ,
ଆଉ ସବୁକିଛି ମିଥ୍ୟା,
ମାୟାର ସଂସାର ତରିବୁ ଯଦିରେ,
ସେ ରାମନାମ ଜପୁଥା |
ରାମ ହିଁ ଯେ ଶକ୍ତି, ରାମ ହିଁ ତ ଭକ୍ତି,
ରାମ ହିଁ ପରମ ଧାମ,
ରାମନାମ ସୁଖ, ଚିର ସହଚର,
ସଦା କୁହ ରାମରାମ, ରେ ମାନବ!
ସଦା କୁହ ରାମ ରାମ |