STORYMIRROR

Pranati Mahapatra

Children

3  

Pranati Mahapatra

Children

ରାମକୃଷ୍ଣ ପରମହଂସ

ରାମକୃଷ୍ଣ ପରମହଂସ

1 min
190

ନବଜାତକର ନାମ ଗଦାଧର

ଖୁଦିରାମ ଦେଇ ଦେଲେ 

ପାଞ୍ଚବର୍ଷେ ବିଦ୍ୟାରମ୍ଭ କରାଇଣ

ପାଠଶାଳାରେ ନାମ ଲେଖାଇଲେ 

ଅଙ୍କ ପାଠ ବିଦ୍ୟାଧରଙ୍କ ପାଇଣ

ବୋଧଗମ୍ୟ ଯେ ନହେଲା

ସପ୍ତମ ବରଷେ ପିତା ମୃତ୍ୟୁ ଅନ୍ତେ

ଗୃହକାର୍ଯ୍ୟେ ମାଆଙ୍କୁ ସାହାଯ୍ୟ କଲେ ।


ଏକାଦଶ ବର୍ଷ ଉପନୟନ ତ 

ପୂଜା ଭାର ଗ୍ରହଣରେ 

କୂଳ ଦେବତା ରଘୁବୀରଙ୍କୁ

ପୂଜା ବିଦ୍ୟାଧରଙ୍କ ହସ୍ତରେ 

କୃଷ୍ଣ ଅଂଶୀ ବୋଲି ହୋଇଣ

ପ୍ରମାଣ ଅତି ଅଳ୍ପ ବୟସରେ 

ଚେତନରୁ ଅବଚେତନ ଅବସ୍ଥା

ଘଟୁଥିଲା ଶୈଶବରେ ।


ଲାଲବାହାଦୁରଙ୍କ ଅତିଥି ଶାଳାରେ

ହୁଏ ସାଧୁ ସମାଗମ 

ସନ୍ଥ ସେବା କରି ଧର୍ମକଥା ଶୁଣି

କରନ୍ତି ହୃଦୟଙ୍ଗମ 

ରାମାୟଣ ମହାଭାରତ ପୁରାଣ

ମୁହଁରେ କରି ମୁଖସ୍ତ 

ସୁଲଳିତ କଣ୍ଠସ୍ୱରେ ସର୍ବେ ଶୁଣି

ହୋଇ ଯାଆନ୍ତି ତ ମୁଗ୍ଧ ।



ଉଚ୍ଚନୀଚ୍ଚ ଜାତି ଭେଦଭାବ ଭୁଲି

ସଭିଙ୍କ ଆପଣା କରି 

ନିମ୍ନ ଜାତି ଲୋକ ଘରକୁ ତ ଯାଇ

ପୁରାଣ ପଠନେ ଆନନ୍ଦ ବିତରି 

ସତର ବୟସେ ବଡ ଭାଇ 

ତାଙ୍କୁ ପାଠ ଅଧ୍ୟୟନ ପାଇଁ  

ପାଠ ପ୍ରତି ବିମନା ଗଦାଧର

ଯେ ଜାଣି ଚିନ୍ତିତ ହେଲେ ବଡ ଭାଇ ।



ସମୟ ଗଡିଲା ରାଣୀ ଗଙ୍ଗା କୂଳେ

ନିର୍ମାଣ କଲେ ମନ୍ଦିର 

ପ୍ରଥମ ପୂଜକ ଭାବରେ ନିଯୁକ୍ତି

ହୋଇଲେ ରାମକୁମାର 

ଘଟଣା କ୍ରମରେ ରାମକୃଷ୍ଣ ମଧ୍ୟ

ଦିନରେ ପୂଜା କରିଲେ 

ଭାବିଲେ ପାଷାଣୀ ପ୍ରତିମା ନୁହେଁ

ମୁଁ ପୂଜୁଛି ଚିନ୍ମୟୀ ମୂର୍ତ୍ତିର ।



ଆକୁଳେ ବିକଳେ ଭକତି ଅନ୍ତରେ

ପୂଜା କରୁଛି ମାଆକୁ 

ନ ପାଉଛି ଦେଖା ମାଆର କେବେ 

ମୁଁ ଭୁଲିଛି ସେ ପୁଅକୁ 

ମାଆ ଦିଅ ଦେଖା ମାଆ ଦିଅ ଦେଖା

କାନ୍ଦନ୍ତି ରାତ୍ରି ଦିବସ 

ତଳେ ଗଡି ମୁଖ ହୋଇଲା ରକ୍ତାକ୍ତ

ଆହାର ଓ ନିଦ୍ରା କରିଲେ ତ୍ୟାଗ। 


ଛାତିକୁ ବାଡେଇ ମୁଣ୍ଡ ତଳେ ପିଟି

ମନ୍ଦିରେ କରି ରୋଦନ 

ମାଆ ତୁ ଦେଲୁନି ଦେଖା ଏ ଖଣ୍ଡାରେ

କରିବି ଶିର ଛେଦନ 

ଉନ୍ମାଦ ହୋଇ ଖଣ୍ଡକୁ ଆଣି

କରିବା ପାଇଁ ଛେଦନ 

ହଠାତ ମା' କାଳୀ ଜ୍ୟୋତିର୍ମୟୀ 

ରୂପେ ଦେଲେ ତାଙ୍କୁ ଦରଶନ ।



ଅନ୍ତରେ ବାହାରେ ବରାଭୟା ମୂର୍ତ୍ତି

ଦେଖି ସଂଜ୍ଞାହୀନ ହେଲେ 

ଦୁଇ ଦିନ ଧରି ସଂଜ୍ଞା ଶୂନ୍ୟ ହୋଇ

ସେହିଠାରେ ପଡିଥିଲେ 

ପ୍ରଥମ ଦର୍ଶନ ପରେ ବ୍ୟାକୁଳତା

ବଢୁଥିଲା ଧୀରେ ଧୀରେ 

ମାଆଙ୍କ ସହିତ ହସିଲେ ଗପିଲେ

ଆନନ୍ଦ ବିଭୋର ହେଲେ ।



Rate this content
Log in

Similar oriya poem from Children