STORYMIRROR

Sanjukta Padhi

Thriller

3  

Sanjukta Padhi

Thriller

ରାମଚନ୍ଦ୍ର ସୀତା ଦର୍ଶନ

ରାମଚନ୍ଦ୍ର ସୀତା ଦର୍ଶନ

1 min
239


ଏକଦା ରାମଚନ୍ଦ୍ର ହୋଇଲେ ପ୍ରସନ୍ନ

ରାଜ ପରିଷଦଙ୍କୁ ଦେଲେ କିଛି ଦାନ

ଗୋଟି ଗୋଟି କଲେ ସଭିଙ୍କୁ ଅର୍ପଣ

ପାଖରେ ବସିଥିଲେ ଯେ ହନୁମାନ

ଗଳାରୁ ରତ୍ନମାଳା ସଙ୍ଗେ କାଢି ଆଣି

ହନୁମାନ ଗଳାରେ ଦେଲେ ଜାଣି ଜାଣି

ପ୍ରଭୁ ହସ୍ତରୁ ପାଇ‌ ସଭିଏ ଚଳିଲେ

ବାନର ଏ ରତ୍ନମାଳା ମୂଲ୍ୟ ନ ଜାଣିଲେ

ଗୋଟି ଗୋଟି କରି ସବୁ ରତ୍ନ କାଢି

ଚଟାଣରେ ଦେଉଥିଲେ ସେ କଚାଡି

ବିଭୀଷଣ ଦେଖୁଥିଲେ ଭାବ ରଙ୍ଗଭଙ୍ଗୀ

ରାଗ ତମ ତମ ହୋଇ ହନୁମାନ କହନ୍ତି

ପ୍ରଭୁ ମୋର ମୋତେ ଭଲପାଉ ନାହାନ୍ତି

ପାଇଲେ ନିଶ୍ଚେ ତାଙ୍କ ଛବି ଦେଇଥାନ୍ତେ

ବିଭୀଷଣ ବୁଝାଇଲେ ରତ୍ନମାଳା ମୂଲ୍ୟ

ଗୋଟି ଗୋଟି ମୋତି ଗୋଟେ ରାଜ୍ୟ ତୁଲ

ତୁମ ହୃଦୟରେ ସିନା ଅଛନ୍ତି ଭଗବାନ

ଏହା ଶୁଣି ହନୁମାନ ଛାତିକି ଫାଡିଲେ

ପ୍ରଭୁ ରାମସୀତା ଦୁହେଁ ଦେଖାଗଲେ

ପ୍ରଭୁଙ୍କର ଜୟଗାନ କଲେ କପିସୁର ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Thriller