ରାମ ରାଇଜରେ ରାବଣ ପଲ
ରାମ ରାଇଜରେ ରାବଣ ପଲ
ରାମ ରାଇଜର ସପନ ହଜିଛି
ରାବଣଙ୍କ ସଂଖ୍ୟା ଅନେକ ଏଠି,
ତ୍ରେତୟାରେ ଥିଲା ଗୋଟେ ସ୍ବର୍ଣ୍ଣ ଲଙ୍କା
କଳିଯୁଗେ ଏବେ ସେତ ସବୁଠି l
ପାଚୁର୍ଯ୍ୟ ଜୀବନ ରାଜାଠୁଁ ଅଧିକ
କଳା ଟଙ୍କା ବଳେ ଅୟସ ଚାଲେ,
କଳା କାରନାମା ଲୁଚିଥାଏ ତହିଁ
ରାତ୍ରୀ ଅନ୍ଧକାର ପରଦା ତଳେ l
ଲୋଭ ମୋହ ମଦ ମାତ୍ସର୍ଯ୍ୟଆଦି
ବଢିଯାଇଅଛି ଏଯୁଗଟିରେ,
ଦୟା କ୍ଷମା ଆଉ ପରଉପକାର
କବର ନେଇଛି ହୃଦ କୋଣରେ l
ଖଣି ଖାଦାନ କୁ ଲୁଟିଖାଉଥାନ୍ତି
ତେଲିଆ ମୁଣ୍ଡରେ ଢାଳନ୍ତି ତେଲ,
ଦୁଃଖୀ ଜନତା ଭୋକିଲା ପେଟରେ
ଉପରକୁ ଚାହେଁ ହୋଇ ବିକଳ l
ଚୋରୀ ଲୁଟ ଦଙ୍ଗା ଆଉ ରାହାଜାନୀ
ଦିବା ଲୋକେ ଆଜି ଘଟୁଛି ସବୁ,
ସରଳ ମଣିଷ ଉପାୟ ନପାଇ
ନିରତେ ଖୋଜୁଛି ତୁମକୁ ପ୍ରଭୁ l
ସତେକି ଶ୍ରୀରାମ ନେବେ ଅବତାର
ରାବଣ ପାଇବେ ତାଙ୍କର ଶାସ୍ତି,
ଫେରିଆସିବ ରାମ ରାଇଜ ଜଗତେ
ଜନତା ପାଇବେ ଟିକିଏ ଶାନ୍ତି l
