STORYMIRROR

Pradeep Kumar Panda

Abstract Classics Inspirational

4  

Pradeep Kumar Panda

Abstract Classics Inspirational

ରାକ୍ଷୀ

ରାକ୍ଷୀ

1 min
220

ଗହ୍ମା - ପୂନେଇଁ'ରେ     ଶୁଭ ପରମ୍ପରା

       ରାକ୍ଷୀ-ବନ୍ଧନ'ର କର୍ମ,

ଯେ' ରାକ୍ଷୀ ବନ୍ଧନ     ରକ୍ଷା'ର କବଚ

       ଭଗନୀ'ର ଭ୍ରାତ-ଧର୍ମ ।


ଏ ଶୁଭ ଦିବସ       ପ୍ରଭୁ ବଳଦେବ

       ପବିତ୍ର ଜନ୍ମ ଲଗନ,

ମଠ - ମନ୍ଦିରରେ      ଆନନ୍ଦ ଉତ୍ସବ

      ଗ୍ରାମେ ଗୋରୁଙ୍କ ପୂଜନ ।


ସୁଭଦ୍ରା ବାନ୍ଧନ୍ତି      ଭ୍ରାତା-ଦ୍ଵୟ ହସ୍ତେ

       ପବିତ୍ର ରାକ୍ଷୀ'କୁ ଆଜ,

ଭ୍ରାତା'ଙ୍କର ଶୁଭ       ମନାସି ଲଭନ୍ତି

      ସ୍ନେହ-ଶରଧା'ର ତେଜ ।


ଏମନ୍ତ ଦିନରେ     ଦ୍ରୌପଦୀ ଦେଖିଲେ

       ଶ୍ରୀକୃଷ୍ଣ ହସ୍ତେ ରୁଧିର,

କାନି ଚିରି ରକ୍ତ      ପୋଛି ବାନ୍ଧିଥିଲେ

       ଶ୍ରୀକୃଷ୍ଣ'ଙ୍କ ଆଙ୍ଗୁଠି'ର ।


ସତେକି ଏ କାନି      ପାଲଟିଲା ରାକ୍ଷୀ

       ଶରଧା ହୋଇଲା ଶକ୍ତ,

କୁରୁସଭା ତଳେ      ଦ୍ରୌପଦୀ ଲଭିଲେ

       ପାଉଣା କୋଟିଏ ବସ୍ତ୍ର ।


ରାକ୍ଷୀ-ବନ୍ଧନ'ର      ପବିତ୍ର ସଂସ୍କୃତି

       ରହିଥାଉ ଚିରଦିନ,

ଭ୍ରାତା-ଭଗ୍ନୀ ସ୍ନେହ-    ଶ୍ରଦ୍ଧା'ରେ ରଚ଼ନ୍ତୁ

       ସର୍ବେ ଭବନ୍ତୁ ସୁଖିନଃ !


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract