ରାକ୍ଷୀ
ରାକ୍ଷୀ

1 min

147
ଭଉଣୀ ବାନ୍ଧୁଛି ସୂତା ଖିଅଟିଏ
ସଭିଏଁ କହନ୍ତି ରାକ୍ଷୀ,
ତା ସ୍ନେହ ମମତା ଆତ୍ମ ବିଶ୍ୱାସ ହିଁ
ରହିଥାଏ ସଦା ସାକ୍ଷୀ ।
ପ୍ରତି ବର୍ଷ ସିଏ ଶ୍ରାବଣ ପୂର୍ଣ୍ଣିମା
ଦିନଟିକୁ ଜଗିଥାଏ,
ଭାଇର ହାତରେ ରାକ୍ଷୀ ପିନ୍ଧେଇବ
କେତେ ଆଶା ବାନ୍ଧିଥାଏ ।
ତା ସ୍ନେହର ଡୋରି ହୃଦୟେ ସାଇତି
ଜଗି ରହିଥାଏ ଭାଇ,
ଆପଦ ବିପଦ ସ୍ପର୍ଶ କରିବନି
ଦୃଢ଼ତାରେ କହୁଥାଇ ।
ସବୁ ଦୁଃଖ କଷ୍ଟ ସହି ଯାଏ ଭାଇ
ଭଉଣୀର ସୁଖ ପାଇଁ,
ସେଇଠି ସମାଜ ସଦା କହୁଥାଏ
ଧନ୍ୟ ସେ ଭଉଣୀ ଭାଇ ।
ଭାଇ ଭଉଣୀର ଅତୁଟ ସଂପର୍କ
ବନ୍ଧନଟି ଅଟେ ରାକ୍ଷୀ,
ରାକ୍ଷୀ ପୁର୍ଣିମାର ରକ୍ଷା ବନ୍ଧନରେ
ପ୍ରଭୁ ଜଗନ୍ନାଥ ସାକ୍ଷୀ ।