ରାକ୍ଷୀ
ରାକ୍ଷୀ
ଶ୍ରାବଣ ମାସର ଶେଷ ସୋମବାର
ଗହ୍ମାପୂର୍ଣ୍ଣିମା ଆଜି ପରା ।
ଗାଈଗୋରୁ ସବୁ ପୂଜା ପାଇଥାନ୍ତି
ଏତ ଓଡିଶାର ପରମ୍ପରା ।।
ଗହ୍ମାପୂର୍ଣ୍ଣିମା ସେ ତ ରାକ୍ଷୀପୂର୍ଣ୍ଣିମା
ବଳଭଦ୍ରଙ୍କର ଜନମ ଦିନ ।
ଭାଇ ହାତେ ରାକ୍ଷୀ ବାନ୍ଧି ଭଉଣୀ
କରିଥାନ୍ତି ସବୁ ପାଳନ ।।
ଘରେଘରେ ସବୁ ପିଠାପଣା ହୁଏ
ହୁଅଇ ସୁସ୍ବାଦୁ ବ୍ୟଞ୍ଜନ ।
ଖାଇ ସଭିଏଁ ଖୁସିରେ ବୁଲୁଥାନ୍ତି
ଖୁସି ଥାଏ ସଭିଙ୍କ ମନ ।।
ଭାଇର ସୁଖ ସଦା ମନାସୁ ଥାଏ
ଭଉଣୀଟି ତାର ନିଇତି ।
ଭାଇ ଆଖିରେ ଟିକେ ଲୁହ ଦେଖିଲେ
କାନ୍ଦଇ ସେ ଦିନରାତି ।।
ଭଲ ଭାଇଟିଏ ହେବାରେ ଆମେ
ନେବାରେ ଏହି ସପଥ ।
ବିପଦ ଆପଦେ ତାର କରିବା ରକ୍ଷା
ହୋଇ ତା ରକ୍ଷାକବଚ ।।
ସ୍ନେହ ମମତାର ଏ ଅତୁଟ ବନ୍ଧନ
ସବୁବେଳେ ରହିଥାଉ ।
ବିଶ୍ବରେ ଆମେ ଯେତେ ଅଛେ ଜନ
ସଭିଙ୍କ ମଙ୍ଗଳ ହେଉ ।।
