STORYMIRROR

Bijaya Kumar Swain

Inspirational

4  

Bijaya Kumar Swain

Inspirational

ରାକ୍ଷୀ ରେ ରାକ୍ଷୀ

ରାକ୍ଷୀ ରେ ରାକ୍ଷୀ

1 min
385


ରାକ୍ଷୀ...... ରାକ୍ଷୀ.... ରାକ୍ଷୀ

ନୁହେଁ ତୁହି ସୂତା ଖଣ୍ଡେ

ସେନେହ ଡୋରି ର ଜୀବନ୍ତ ସାକ୍ଷୀ।

ରାକ୍ଷୀ ରାକ୍ଷୀ ରାକ୍ଷୀ...

ରକ୍ଷା ର କବଚ ତୁହି

ସ୍ନେହ ପ୍ରୀତି ବାର୍ତ୍ତା ଦେଇ

ସମାଜକୁ ଏକ ସୁତ୍ରେ ବାନ୍ଧିଛୁ

ଭେଦାଭେଦ ଫିଙ୍ଗି ଦୂରେ

ଆନନ୍ଦେ ବାନ୍ଧି ହାତ ରେ

ବଇରୀ କୁ ଆପଣା ର କରିଛୁ

ଏ ବନ୍ଧନ ଛିଡ଼ିବନି ଭାବ କେବେ ତୁଟିବନି

ବନ୍ଧୁତା ର ଭାବ ଥାଏ ପରଖି।

ରାକ୍ଷୀ.... ରାକ୍ଷୀ.... ରାକ୍ଷୀ....

ସେନେହ ର ଡୋରି ଇଏ

ଭାବ ର ବନ୍ଧନ ଇଏ

ଯୁଗେ ଯୁଗେ ଏହି କଥା ରହିଛି

ଭାଇ ଆଉ ଭଉଣୀର

ଅତୁଟ ବନ୍ଧନ ଡୋର

ପ୍ରେମ ର ଜୁଆର ହୋଇ ବହୁଛି

ଆସ ଆମେ ଏକ ହେବା ରାକ୍ଷୀ ର ଟେକ ରଖିବା

ରାକ୍ଷୀ କୁ ମଝିରେ ରଖି ସାକ୍ଷୀ।

ରାକ୍ଷୀ.... ରାକ୍ଷୀ ରାକ୍ଷୀ.....

ରାକ୍ଷୀ..... ରାକ୍ଷୀ..... ରାକ୍ଷୀ.....

ସେନେହ ଡୋରି ର ଜୀବନ୍ତ ସାକ୍ଷୀ...

ରାକ୍ଷୀ.... ରାକ୍ଷୀ.... ରାକ୍ଷୀ...।।



Rate this content
Log in

Similar oriya poem from Inspirational