STORYMIRROR

SUKANTA KHANDA

Abstract

4  

SUKANTA KHANDA

Abstract

ରାକ୍ଷୀ ପୂର୍ଣିମା

ରାକ୍ଷୀ ପୂର୍ଣିମା

1 min
381


ରାକ୍ଷୀ ବାନ୍ଧିଦେଲି ହାତରେ ତୋର

ଧରାଇ ଦେଉନ ଟଙ୍କାକୁ ମୋର।୧

ଏ ରାକ୍ଷୀ କିଣିଛି ପାଞ୍ଚଶ ଟଙ୍କା

ଫୁଲହାର ଶହେ ଆଣିଛି କାକା।୨

କାକା ଯାଇଥିଲେ କିଣିବା ପାଇଁ

ଜଳଖିଆ ତାର ଦୁଇଶହ ଡେଇଁ।୩

ଏ ମିଠା ହଜାରେ କିଣିଛି କାଲି

ଚନ୍ଦନ କର୍ପୂର ଥାଳିରେ ଦେଲି।୪

ସିନ୍ଦୁର ଓ ଧୂପ ମିଶାଇ ଦେଲେ

ଅଢେଇ ହଜାର ଖର୍ଚ୍ଚ ସେ କାଳେ।୫

ଆଜି କିଣିଛି ମୁଁ ବଜାର ଯାଇ

ଏ ତିନି ହରାର ଦେଲି ମିଶାଇ।୬

ଜୋତା ପାଇଁ ଭାଇ ପନ୍ଦର ଶହ

ମିଶାଇ ଦେଇ ଦେ' କିଛି ନ କହ?୭

ଭାଇ ଦେବାବେଳେ ଟଙ୍କା ବଢ଼େଇ

ଭାଉଜ ଝିଙ୍କିଲା ଟଙ୍କା ହାତେଇ।୮

ନିଆଁ ବରଷିଲା ଭାଉଜ ଆଖି 

ଭଉଣୀ କହିଲା ତୁ ଭାଇ ସାକ୍ଷୀ।୯

ସମାପନ ହେଲା ରାକ୍ଷୀ ବନ୍ଧନ

ଫାଟିଗଲା ଆହା ନଣନ୍ଦ ମନ।୧୦

ଭାଇ ଓ ଭାଉଜ ଡାକ୍ତର ବୋଲି

କେଡେ ଭକତିରେ କିଣି ମୁଁ ଥିଲି।୧୧

ଭଉଣୀ ଚାଲିଲା ଆର ଘରକୁ

ଭାଇ ବୁଝାଇଲା ଯାଇ ତାହାକୁ।୧୨

ଭଉଣୀ ଭାଇଙ୍କୁ କହିଲା ଭାଇ

ଚାପୁଡ଼ା ନୁହେଁ ଅମରୁତ ଖାଇ।୧୩

ଧନ୍ୟବାଦ ଭାଇ ଏଠୁ ଚାଲି ଯା'

ମୋ' ପାଇଁ କାହିଁକି ହେଉଛୁ ସଜା।୧୪

ଆକାଶ ବତାସ ମାଟି ଆଲୋକ

ସାକ୍ଷୀଥିଲେ କିନ୍ତୁ ସଭିଏଁ ମୁକ।୧୫

ଧନ୍ୟ କହିବ ସେ ଡାକ୍ତରାଣୀଙ୍କୁ

ସେନେହ ଧରମ ଗଲା ଚୁଲିକୁ।୧୬

ରାକ୍ଷୀ ତୁମେ ଆଜି ସାକ୍ଷୀ ରହିଥା'

ସମୟ କହିବ ଦିନ ତୋ' ବ୍ୟଥା।୧୭

         


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract