STORYMIRROR

Samar Ballav Bhoi

Abstract Inspirational Others

3  

Samar Ballav Bhoi

Abstract Inspirational Others

ରାକ୍ଷୀ ହିଁ ଭଉଣୀ ର ଶକ୍ତି

ରାକ୍ଷୀ ହିଁ ଭଉଣୀ ର ଶକ୍ତି

1 min
159


ଭଉଣୀର ରାକ୍ଷୀ ହିଁ ବିଶ୍ବାସର ଅତୁଟ ବନ୍ଦନ

ହୃଦୟର ପ୍ରତିଟି ସ୍ପନ୍ଦନ ସେହି ଭଉଣୀର ରାକ୍ଷୀ

ଭଉଣୀର ରାକ୍ଷୀ ହିଁ ସ୍ନେହ-ଶ୍ରଦ୍ଧା ର ସୁମନ।

ଭଉଣୀର ରାକ୍ଷୀ ହିଁ ବିଶ୍ବାସର ଅସୀମ ଶକ୍ତି 

ଅପେକ୍ଷାର ଅନ୍ତିମକ୍ଷଣ ହିଁ ଭଉଣୀର ରାକ୍ଷୀ

ଭଉଣୀର ରାକ୍ଷୀ ହିଁ ଭାଇପାଇଁ ଆତ୍ମୀୟୀତାର ଚୁକ୍ତି।

ଭଉଣୀର ରାକ୍ଷୀରେ ଥାଏ ମେଞ୍ଚା ମେଞ୍ଚା ବିଶ୍ବାସ

ଭରଷାର ଉହ୍ଲସିତ ମୁହୁର୍ତ୍ତକୁ ଖୋଜୁଥାଏ ଏଠି

ଆଦ୍ୟପ୍ରାନ୍ତ ଉପେକ୍ଷିତ ସମସ୍ତ ବନ୍ଦନ ପ୍ରୟାସ। 

ଭଉଣୀର ରାକ୍ଷୀରେ ପୂର୍ଣ୍ଣଥାଏ ବିଶୁଦ୍ଧ ଆତ୍ମୀୟୀତା

ଅବ୍ୟକ୍ତ ଭାବନାର ସିକ୍ତ ଅନୁରାଗ ରାକ୍ଷୀ ଭଉଣୀର

ଜୀବନ୍ତ ପରିଚୟ ଦେଇଥାଏ ଯୁଗ ଯୁଗାନ୍ତର।

ରାକ୍ଷୀ ହିଁ ଅନାବିଳ ନିବିଡ ସମ୍ପର୍କର ପ୍ରତୀକ

ଚିରନ୍ତନ ସତ୍ୟତାର ଦେଇଥାଏ ପ୍ରମାଣ ଅନେକ।

ଭଉଣୀର ରାକ୍ଷୀ ଭାଇ ପାଇଁ ଅମାପ ଓ ଶାଶ୍ବତ

ଯୁଗେ ଯୁଗେ ଏହା ହୋଇଛି ଯେ ପ୍ରକାଶିତ।

ଇତିହାସ କହେ ଭଉଣୀ ରାକ୍ଷୀର ଗାଥା

ପୁରାଣେ ବଣ୍ଣିତ ଭଉଣୀ ରାକ୍ଷୀର ଅମରକଥା।

ଭାଇ ଦୁରେ ଥାଉ ଅବା ପାଶେ 

ଭଉଣୀ ରାକ୍ଷୀର ଥାଏ ଅପାର ଶକ୍ତି

ସ୍ନେହ-ମମତାର ବନ୍ଧନରେ ଥାଏ ଅମାପ ଭକ୍ତି

ରାକ୍ଷୀ ହିଁ ଭଉଣୀର ଯୁଗାନ୍ତକାରୀ ଶକ୍ତି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract