Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jagabandhu Sahu

Classics

3  

Jagabandhu Sahu

Classics

ରାକ୍ଷୀ ବନ୍ଧନ

ରାକ୍ଷୀ ବନ୍ଧନ

1 min
34


ସ୍ନେହ ମମତାର    ସମ୍ପର୍କକୁ ନେଇ

      ଆସିଛି ରାକ୍ଷୀ ବନ୍ଧନ

ଭଉଣୀ ହାତରୁ   ରାକ୍ଷୀ ବାନ୍ଧିବାକୁ

    ବ୍ଯାକୁଳ ଭାଇର ମନ ।

ସୁତା ଖିଅଟିଏ ଏ'ରାକ୍ଷୀର ଡୋରି

     ସମ୍ପର୍କକୁ ରଖେ ବାନ୍ଧି

ବିପଦେ ଆପଦେ ସାହା ହେବ ବୋଲି

    ରାକ୍ଷୀ ଦିଏ ହାତେ ବାନ୍ଧି ।

ଯେତେ ଦୂରେ ଥିଲେ ଏ ରାକ୍ଷୀ ବନ୍ଧନେ

    ଭାଇ ଯାଉଥାଏ ଧାଇଁ

ସୁନା ଭଉଣୀର ତା'ସୁନା ହାତରୁ

   ରାକ୍ଷୀ ଯେ ବାନ୍ଧିବା ପାଇଁ ।

ଯେତେ ସାଙ୍ଗସାଥି ଭାଇ ଓ ଭଉଣୀ

    ଘେନ ମୋ ଅଭିନନ୍ଦନ

ଶୁଭ ମୂହୁର୍ତ୍ତରେ ଆସିଅଛି ଦେଖ

    ଆଜି ଯେ ରାକ୍ଷୀ ବନ୍ଧନ ।

   


Rate this content
Log in

Similar oriya poem from Classics