STORYMIRROR

Raja Sekhar CH V

Abstract Classics Inspirational

4  

Raja Sekhar CH V

Abstract Classics Inspirational

ରାଜାଧିରାଜନ୍ ରାଜରାଜେଶ୍ୱର

ରାଜାଧିରାଜନ୍ ରାଜରାଜେଶ୍ୱର

1 min
295

ପୂଜାଘରେ ଶୁଭିଲା ଯେବେ ସଞ୍ଜବେଳର ପ୍ରତିଧ୍ବନିତ ଶଙ୍ଖନାଦ,

ଅନ୍ତର ସ୍ଥଳେ ଆରମ୍ଭ ହେଲା କାଳିଆ ଠାକୁରଙ୍କ ହେତୁ ନିନାଦ,

ଆଭାସ ହେଲା ଯେ ଏହି ଦିନବେଳ ଥିଲା ଶ୍ରୀଜୀଉଙ୍କର ବରାଦ,

ନୀଳଶୈଳ ନୀଳାଦ୍ରିବିହାରୀ ସଦା ଦିଅନ୍ତୁ ଭକ୍ତଜନଙ୍କୁ ଆଶୀର୍ବାଦ |୧|


ପୂଜକଙ୍କର ରାଜପ୍ରାସାଦରେ ବିଦ୍ୟମାନ ଅଛି ଦାରୁବ୍ରହ୍ମଙ୍କର ପରମପଦ,

ସମଗ୍ର ଜଗତରେ ସୁପ୍ରସିଦ୍ଧ ଯେ ତାଙ୍କର ସମୁଚ୍ଚ ପୁରାଣ ଲୋକ ପ୍ରବାଦ,

ଏହି ନୟନରେ ସାନନ୍ଦ ଭରେ ଦର୍ଶନ କରି ଚକାନୟନଙ୍କର ସୁବର୍ଣ୍ଣ ପାଦ,

ସଦା ଗୁଞ୍ଜନ କରିବ ନୀଳମାଧବ ନୀଳାଚଳିଆଙ୍କ ନାମସ୍ମରଣର ଅନୁନାଦ |୨|


ଅତୁଲ୍ୟ ଯେ ନୀଳାଚଳ ନୀଳାମ୍ବର ନୀଳାଦ୍ରନାଥଙ୍କର ଶୌର୍ଯ୍ୟ ସୌହାର୍ଦ୍ଦ,

ଶଙ୍ଖକ୍ଷେତ୍ର ଶ୍ରୀନାଥଙ୍କର ସନ୍ଦର୍ଶନ ସ୍ୱୟଂ ହେଲା ଏକକ ଆମୋଦ ପ୍ରମୋଦ,

ଅବିସ୍ମରଣୀୟ ଅବର୍ଣ୍ଣନୀୟ ଯେ ଦେବାଧିଦେବଙ୍କର ମହନୀୟ ମହାପ୍ରସାଦ,

ଅପ୍ରମେୟ ଅଜସ୍ର ଯେ ରାଜାଧିରାଜନ୍ ରାଜରାଜେଶ୍ୱରଙ୍କର ସମୃଦ୍ଧ ସମ୍ପଦ । ୩।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract