STORYMIRROR

Debadatta Jena

Abstract

4  

Debadatta Jena

Abstract

ରାହା

ରାହା

1 min
222

ଚାଲିବାକୁ ହେବ ଜୀବନର ପଥେ,

ଜିଁ'ବାର ରାହା ମାଗୁଚି ମୁଁ..

ସହିବାକୁ ହେବ ହୃଦୟର ବ୍ୟଥା,

ଜୀବନର ଗାଥା କହୁଛି ମୁଁ..

ଏ ହୃଦୟଟା ପରା ଇଚ୍ଛାର ସାଗର,

ସାଗର ଲହରେ ଭାସୁଛି ମୁଁ..

ଚାଲୁଛି ଚାଲିବି ଏ ଜୀବନ ପଥେ..

ଜୀବନକୁ ଭଲ ପାଉଛି ମୁଁ..!

ଜୀବନ ଯେଉଁଠି ଯନ୍ତ୍ରଣା ସେଇଠି,

ଜୀବନର ଗୀତ ଗାଉଛି ମୁଁ..

ଭଲରେ ଅଛି କି ମନ୍ଦରେ ମୁଁ ଅଛି,

ପଚାରିବୁ ବୋଲି ଭାବୁଚି ମୁଁ..

କହିଦେଲେ ପରା ସରିଯାଏ କଥା,

ଆଶା ଭରସାରେ ବଞ୍ଚୁଛି ମୁଁ..

ମରମ କଥା ତ ସରମରେ ସରେ,

ଯନ୍ତ୍ରଣାକୁ ଭଲ ପାଉଛି ମୁଁ..!

ସମୁଦ୍ର ଦେହରେ ଏତେ ଆବିଳତା,

ହିସାବ ମାଗୁଚି ନିଜକୁ ମୁଁ,

କାଗଜ ନାଆର ଏତେ ସାର୍ଥକତା,

ହାଲୁକା ପଣକୁ ମାନୁଛି ମୁଁ..!

ନିଜଠାରୁ ନିଜେ ଜିତିବାକୁ ଚାହେଁ,

ହାରୁଛି ଜିତୁଛି ନିଜଠୁଁ ମୁଁ..

ଭିଡ଼ ଭିତରେ ଵି ନିଜକୁ ମୁଁ ଚିହ୍ନୁଚି,

ସାହାରା ମାଗୁଚି ମୋ'ଠୁଁ ମୁଁ..!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract