Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Suchitra Parida

Classics

4  

Suchitra Parida

Classics

ରାଧାଦାମୋଦର

ରାଧାଦାମୋଦର

1 min
323



ରାଧାଦାମୋଦର ଯୁଗଳ ମୁରତି

ଦେଖି ଭକତେ ହୁଅନ୍ତି ମୁଗ୍ଧ

ଭକତି ଅନ୍ତରେ ପ୍ରଣତି ଵାଢ଼ନ୍ତି

ଚମ୍ର ନେତ୍ର ହୁଏ ଶୁଦ୍ଧ ।


ରାଧାଦାମୋଦର ବ୍ରତ ଯେ କରଇ

ଆତ୍ମା ତାର ଶୁଦ୍ଧି ହୁଏ

ଅନେକ ଜନ୍ମର ପାପ ତାପ ନାଶି

ଭକତିର ପଥ ପାଏ ।


ରାଧାଦାମୋଦର ପ୍ରକୃତି ପୁରୁଷ

ଏ ସୃଷ୍ଟିର ପିତା ମାତା

ତାଙ୍କ ପାଦପୂଜା ଯେ ଜନ କରନ୍ତି 

ଲଭନ୍ତି ପୁତ୍ର ଦୁହିତା ।


ଞ୍ଜାନ ଭକ୍ତି ମାର୍ଗେ ସଦାସେ ଗମନ୍ତି

ପ୍ରେମ ଶରଧା ଵାଣ୍ଟନ୍ତି

ସଭିଙ୍କ ଭିତରେ ଇଷ୍ଟଙ୍କୁ ଦେଖନ୍ତି

ଆନନ୍ଦ ଦିନ ଵିତାନ୍ତି ।


ଵୈରାଗ୍ୟ ତାଙ୍କର ଚରଣ ଧରନ୍ତି

ସଦା ହରଷେ ରମନ୍ତି

ସାଧୁସନ୍ଥଙ୍କର ସେଵା କରୁଥାନ୍ତି

ଆନନ୍ଦେ ଦିନ ଵିତାନ୍ତି ।


ପାପ ତାପ ସବୁ ଦୂରେ ପଳାଵନ୍ତି

ପୁଣ୍ୟତାରେ ଗର୍ଭ ଭରେ

ଅମୃତ ବଚନ ସଦା ପ୍ରସବନ୍ତି

ଞ୍ଜାନର ପସରା ବଢେ ।


ଧନ୍ୟ ତାଙ୍କ ଲୀଳା ମୁକତି ପସରା

ରାଧାଦାମୋଦର ଧାୟୀ

ବିଶ୍ଵ ଜନଙ୍କର ମଙ୍ଗଳ କାମନା

କରୁଛି ତାଙ୍କ ମୁରତିକିଧାୟୀ ।


Rate this content
Log in

Similar oriya poem from Classics