STORYMIRROR

Sunanda Mohanty

Classics Inspirational Others

3  

Sunanda Mohanty

Classics Inspirational Others

ରାଧା

ରାଧା

1 min
352


ସେ ନାମରେ ଅନ୍ୱେଷଣ 

ସେ ରୂପରେ ସମ୍ଭାଷଣ 

ଆଖିରେ ଅମ୍ମୋହନ ବାଣ 

କର୍ଣ୍ଣରେ କୁଣ୍ଡଳ ସକାରଣ 

ଗଭାରେ ଗଜରା ନିକ୍ୱଣ 

ମଥାରେ ଟିକିଲି ଆଭୂଷଣ 

ପାଦରେ ପାଉଜିର ରାଣ 

ଆଖିରେ ଅଳସୀ ବିଭୂଷଣ 

ତମେ ସତରେ ନିଖୁଣ 


ତୁମ ଛନ୍ଦରେ କହ୍ନେଇ 

ରୂପରେ ବଶୀଭୂତ ହୋଇ 

ତୁମ କଥାର ମହୁଲି ପିଇ 

ଚାଲିର ନିଶାରେ ଝୁମେଇ 

ମାଠିଆ ପାଣି ଝଲକେଇ 

ଗାଉଥିବା ଗଜଲରେ ରଙ୍ଗ ଦେଇ 

କୃଷ୍ଣଙ୍କର ସଖି ଗଲ ହୋଇ 


ତୁମ ଦୁହିଁଙ୍କ ଭିତରେ ସମନ୍ୱୟ 

ଜଣେ ଗୀତ ଜଣେ ଗୀତିମୟ 

ତାଳ ଲୟ ଜଣେ ଆବେଗମୟ 

ଜଣେ ଆତ୍ମୀୟ ଜଣେ ଆଶ୍ରୟ 

ଜଣେ ନର୍ତ୍ତକୀ ଜଣେ ଭାବମୟ 

ଜଣେ କାଦମ୍ବିନୀ ଜଣେ ବିଶ୍ୱମୟ 

ଜଣେ କଜ୍ଜ୍ୱଳ ଜଣେ କାଳୀୟ 

ଜଣେ କାରୁବାକୀ ହେଲେ ଆଉଜଣେ 

କହେ କାଳିମାର ହେଉ ଜୟ 

ଜଣେ ପ୍ରେମ ପାଗଳିନୀ ହେଲେ 

ଆଉଜଣେ କହେ ରାଧାର ହେଉ ଜୟ 

ରାଧେ ରାଧେ ରା଼ଧେୟ ବିଶ୍ୱମୟ l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics