STORYMIRROR

Kalandi pal

Inspirational

4  

Kalandi pal

Inspirational

ରାବଣ ପୋଡ଼ି

ରାବଣ ପୋଡ଼ି

1 min
362


ଘରେ ଘରେ ଏଠି     ଠାକୁର ପୁଜନ୍ତି

    ଫୁଲ ରୁହେନି ଗଛରେ

ଗାଆଁରେ ଗାଆଁରେ  ପ୍ରତି ରାସ୍ତା କଡେ

     ନିତି ହରି ନାମ ଚାଲେ

   କା'ର, ଭକ୍ତି ନାହିଁ ହୃଦୟରେ

ଲୋକ ଦେଖାଣିଆ   ଭକତ ଠାପୁଆ

     ଚଳନ୍ତି ଏହି ଚାନ୍ଦାରେ ।।


ଦେବା ଦେବୀ ପୂଜା ନିତି ବାଜେ ବାଜା

     ଘଣ୍ଟ ଗିନି ମୃଦଙ୍ଗରେ

ହୃଦୟ ଭିତରେ   ମଇଳା ବାସେରେ

    ବାହାରେ ଚନ୍ଦନ ବୋଳେ

   ଏଠି,ଅନ୍ୟାୟ ତ ବଢ଼ି ଚାଲେ

କାହିଁ ପାଇଁ ଭାଇ     ପ୍ରହସନ ଏହି

    ଆଗ, ମଇଳା ଫିଙ୍ଗ ଦୂରରେ ।।


ହୁଏ ଦୁର୍ଗା ପୂଜା    ଉଡେ ମାଆ ଧ୍ଵଜା

    କେଡେ କେଡେ ମଣ୍ଡପରେ

କୋଟି କୋଟି ଟଙ୍କା କରି କେତେ ଦଙ୍ଗା

     ଆଦାୟ ହୁଏ ଚାନ୍ଦାରେ

   ଅଧେ, ଯାଏ ତ ମଦ ମାଂସରେ

ରାବଣର ପୋଡ଼ି     ଉତ୍ସବ ଭସାଣୀ

     ଭାସଇ ମଦ ବନ୍ୟାରେ ।।


ନଡ଼ା, କାଠ,କୁଟା   ରାବଣ ଦେହଟା  

    ପୋଡ଼ି ଦେଲେ ପୋଡିଯାଏ

ହୃଦୟରେ ସ୍ଥିତ   ମଇଳା କେବେ ତ

    ପୋଡେ ନାହିଁ ଦେହେ ରୁହେ

   ସଦା,ସାଲୁବାଲୁ ହେଉଥାଏ

ଭିତର ଅଳିଆ      ନ ଫିଙ୍ଗି ବଳିଆ

     ବାହାର ଅଳିଆ ଦହେ ।।


ପାପ ଭାରା ପୁଣି     ଶ୍ୱାସ ରୁନ୍ଧିଲାଣି

     ନିଃଶ୍ୱାସ ପ୍ରଶ୍ୱାସ ଖର

ଅକ୍ସିଜେନ୍ ଆଜି     ପୃଥିବୀ ଖୋଜୁଛି

     ପାପ ରୋଗେ ଥରହର

   କା'ର, ସେଥିକୁ ନାହିଁ ଖାତର

କେତେବେଳେ ଶେଷ ହେବ ତା ନିଶ୍ବାସ

     ପଡ଼ିଯିବ ହା ହା କାର ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational