ରାବଣ ପୋଡି
ରାବଣ ପୋଡି
ଦଶାନନ ରାବଣ ସେ ଥିଲା
ଦଶ ମୁଣ୍ଡ ରେ ଦଶ ମହାବିଦ୍ୟାଙ୍କ ସାଧନା କଲା
ସ୍ୱର୍ଗ ମତ୍ୟ ପାତାଳ ରେ ରାବଣ
ଅଧିକାର କରି ନେଇ ଥିଲା
ମହା ପଣ୍ଡିତ ସେ ହୋଇ
ଅଧର୍ମ ରେ ତାର ସୀମା ଟପି ଗଲା
ବିସ୍ରବା ନନ୍ଦନ ରାବଣ ଦିନେ
ସାଧୁ ବେଶେ ସୀତା ଙ୍କୁ ଆଣିଲା
ମାତା ସୀତା ଲକ୍ଷ୍ମୀ ସ୍ୱରୂପା ସେ
ସବୁ ଜାଣି ନିଜେ ଶତ୍ରୁତା କରିଲା
ପୂର୍ବ ରୁ ସେ ଜୟ ବିଜୟ ରୂପରେ
ଚାରି ରୁଷି ଙ୍କ ଠାରୁ ଅଭିଶାପ ପାଇ ଥିଲା
ନିଜ ମୁକ୍ତି ପାଇଁ ସେ ଦିନେ ରାମ ଙ୍କ
ପାଇଁ ସମୁଦ୍ର ମଧେ ସେତୁ ବନ୍ଧ ପ୍ରତିଷ୍ଟା କରିଲା
ହନୁମାନ ଜମ୍ଭବାନ ସୁଗ୍ରିବ ଙ୍କ
ସହଯୋଗ ପ୍ରଭୁଙ୍କ ପାଇଁ ମିଳିଲା
ବିଭିଷଣଙ୍କ ପାଇଁ ରାବଣର ମରଣ
ରହସ୍ୟ ଜଣା ପଡି ଥିଲା
ମାତା ଦୁର୍ଗା ଙ୍କ ପୂଜା ପାଇଁ ଶହେ
ଆଠ ନୀଳ ପଦ୍ମ ତୋଳା ହୋଇଲା
ଏକ ପଦ୍ମ ସେଥି ମଧରୁ ମାଙ୍କ ଇଚ୍ଛା ରେ
ଲୁକାୟିତ ହୋଇ ଯାଇ ଥିଲା
ନିଜ ପଦ୍ମ ଲୋଚନ କୁ ପ୍ରଭୁ ଦେବା
ଆଗରୁ ମା ଦୁର୍ଗା ଙ୍କ ଦର୍ଶନ ମିଳିଲା
ମା ଦୁର୍ଗା ଙ୍କ ଆଶିଷରୁ ରାବଣ ର
ବିନାଶ ହୋଇ ମୋକ୍ଷ ସେ ଲଭିଲା
ରାବଣ ରୁପି କାମ କ୍ରୋଧ ର ବିନାଶ
ହେଉ ଏହି କାମନା ରହିଲା
