STORYMIRROR

Suresh chandra Padhy

Fantasy

3  

Suresh chandra Padhy

Fantasy

ରାବଣ ପୋଡି

ରାବଣ ପୋଡି

1 min
176


ଦଶାନନ ରାବଣ ସେ ଥିଲା

       ଦଶ ମୁଣ୍ଡ ରେ ଦଶ ମହାବିଦ୍ୟାଙ୍କ ସାଧନା କଲା

ସ୍ୱର୍ଗ ମତ୍ୟ ପାତାଳ ରେ ରାବଣ

         ଅଧିକାର କରି ନେଇ ଥିଲା

ମହା ପଣ୍ଡିତ ସେ ହୋଇ 

         ଅଧର୍ମ ରେ ତାର ସୀମା ଟପି ଗଲା

ବିସ୍ରବା ନନ୍ଦନ ରାବଣ ଦିନେ 

        ସାଧୁ ବେଶେ ସୀତା ଙ୍କୁ ଆଣିଲା

ମାତା ସୀତା ଲକ୍ଷ୍ମୀ ସ୍ୱରୂପା ସେ

        ସବୁ ଜାଣି ନିଜେ ଶତ୍ରୁତା କରିଲା

ପୂର୍ବ ରୁ ସେ ଜୟ ବିଜୟ ରୂପରେ 

         ଚାରି ରୁଷି ଙ୍କ ଠାରୁ ଅଭିଶାପ ପାଇ ଥିଲା

ନିଜ ମୁକ୍ତି ପାଇଁ ସେ ଦିନେ ରାମ ଙ୍କ

       ପାଇଁ ସମୁଦ୍ର ମଧେ ସେତୁ ବନ୍ଧ ପ୍ରତିଷ୍ଟା କରିଲା

ହନୁମାନ ଜମ୍ଭବାନ ସୁଗ୍ରିବ ଙ୍କ

       ସହଯୋଗ ପ୍ରଭୁଙ୍କ ପାଇଁ ମିଳିଲା

ବିଭିଷଣଙ୍କ ପାଇଁ ରାବଣର ମରଣ 

         ରହସ୍ୟ ଜଣା ପଡି ଥିଲା

 ମାତା ଦୁର୍ଗା ଙ୍କ ପୂଜା ପାଇଁ ଶହେ 

         ଆଠ ନୀଳ ପଦ୍ମ ତୋଳା ହୋଇଲା

ଏକ ପଦ୍ମ ସେଥି ମଧରୁ ମାଙ୍କ ଇଚ୍ଛା ରେ 

          ଲୁକାୟିତ ହୋଇ ଯାଇ ଥିଲା

ନିଜ ପଦ୍ମ ଲୋଚନ କୁ ପ୍ରଭୁ ଦେବା

         ଆଗରୁ ମା ଦୁର୍ଗା ଙ୍କ ଦର୍ଶନ ମିଳିଲା

ମା ଦୁର୍ଗା ଙ୍କ ଆଶିଷରୁ ରାବଣ ର 

        ବିନାଶ ହୋଇ ମୋକ୍ଷ ସେ ଲଭିଲା

ରାବଣ ରୁପି କାମ କ୍ରୋଧ ର ବିନାଶ

        ହେଉ ଏହି କାମନା ରହିଲା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy