STORYMIRROR

Dr.Omm Prasad Pradhan

Abstract

3  

Dr.Omm Prasad Pradhan

Abstract

ରାବଣ ଆଜି ବି ବଞ୍ଚିଛି !

ରାବଣ ଆଜି ବି ବଞ୍ଚିଛି !

1 min
11.9K


 

ରାବଣ ଆଜି ବି ବଞ୍ଚିଛି 

ସମୟ ତ୍ରେତୟା ହେଉ ଅବା କଳି

ନିଜର ଅସ୍ତିତ୍ୱକୁ ,

ଏବେ ବି ଜାହିର କରୁଛି 


କେବେ ଦୁଷ୍କର୍ମ କାରୀ ରୂପରେ

କେବେ ଦୁର୍ନୀତିଗ୍ରସ୍ତ ରାଜନେତା 

ଆଉ କେବେ ମନ ଭିତରେ ବଢୁଥିବା 

ଦୁର୍ଗୁଣର ସାମ୍ରାଜ୍ୟ ଭିତରେ 

ନିଜର କାୟା ବିସ୍ତାର କରିସାରିଛି 


ରାବଣ ଆଜି ବି ବଞ୍ଚିଛି 

କେଇମୁଠା ଧନର ଆଶାରେ 

ଯୁବତୀ ନାରୀର ଲୋଭରେ 

ଆଉ କିଛି ଲୁଟିବାର ଆକାଂକ୍ଷାରେ 

ଏବେ ବି ଅମରତ୍ୱର ସନ୍ଧାନ କରୁଛି 


ରାବଣର ବିଜୟ ସୁନିଶ୍ଚିତ 

ଯଦି ଆମେ ସଜାଗ ନହେଉ 

ଦୁର୍ନୀତିକୁ ଆଶ୍ରୟ ଦେଉ 

ଦୁଷ୍କର୍ମର ସାଥ୍ ଦେଉ 

ଆଉ ଅସହାୟର ସହାୟ ନ' ହେଉ 


ଆମେ କଣ ତାକୁ ସମର୍ଥନ ଦେବା?

ନିଜର ତାମସିକ ପ୍ରବୃତ୍ତି ପାଇଁ 

ଲୋଭ ର ବଶବର୍ତ୍ତୀ ହୋଇ 

ଆଉ କାମନା ର ପୂର୍ତ୍ତୀ ପାଇଁ 


ସମସ୍ୟା ଆମର ,ଆଉ ସମାଧାନ ବି ,

ନିଜ ହାତରେ ନିଜ ଉପସ୍ଥିତି କୁ ଜାହିର କରେ 

ଆବଶ୍ୟକ ତ କେବଳ ସାହସର 

କିଛି ବିଦ୍ରୋହର........

 ଆଉ ସତ୍ୟର ସମର୍ଥନର 

ନିଃସ୍ୱାର୍ଥପର ଭାବେ ......


ତେବେ ଯାଇ ରାବଣର ନିଧନ ସମ୍ଭବ 

ନହେଲେ ସେ ବି ମାଡି ଚାଲିବ 

ଅଜେୟ କ୍ୟାନ୍ସର ଭଳି

କରୋନା ଭୁତାଣୁ ଭଳି 

ଆଉ ଦୁଷ୍କର୍ମ ର ଖବର ଭଳି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract