STORYMIRROR

Narayan chandra Nayak

Inspirational

4  

Narayan chandra Nayak

Inspirational

ପୂର୍ଣ୍ଣାଙ୍ଗ ଓଡ଼ିଶା ହୋଇନି ସଫଳ

ପୂର୍ଣ୍ଣାଙ୍ଗ ଓଡ଼ିଶା ହୋଇନି ସଫଳ

2 mins
7

 

ପୂର୍ଣ୍ଣାଙ୍ଗ ଓଡ଼ିଶା ହୋଇନି ସଫଳ

ସନ୍ତୋଷ ଲଭିଲୁ ଆମେ ପାଇ ଖଣ୍ଡିତ ଉତ୍କଳ, 

ଖଣ୍ଡିତ ଉତ୍କଳ ବାହ୍ୟରେ ଯେତେ'କ ଅଂଚଳ

ସେ ଅଂଚଳବାସୀ ଅବସାଦରେ କାଟୁଛନ୍ତି କାଳ।

କୁଚକ୍ରୀ, ଷଡଯନ୍ତ୍ରକାରୀ ଏ ଜାତିକୁ କଲେ ଛିନ୍ନଭିନ୍ନ

ପ୍ରତିବେଶୀଙ୍କ ଲୁଣ୍ଠନ, ଶୋଷଣ ରେ ଏ ଜାତି ହେଲା ହୀନିମାନ, 

ତଥାପି ଭରି ନାହିଁ ଷଡଯନ୍ତ୍ରକାରୀଙ୍କର ମନ

ଏ ଜାତିକୁ ପୁଣି କରିବାକୁ କବଳିତ, ବଳାଇଛନ୍ତି ମନ।

ବିସ୍ତାରବାଦୀ ପ୍ରତିବେଶୀ ବଙ୍ଗଳାଭାଷୀ

ଓଡ଼ିଶା ସୀମାନ୍ତରେ ପଶି କରୁଛନ୍ତି ସ୍ବ-ଭାଷା ପ୍ରଚାର, 

ଆଗରୁ ତ ଲୁଣ୍ଠିଥିଲେ ପୁରୁଲିଆ ,ବାଙ୍କୁଡ଼ା ,ମେଦିନୀପୁର

ପୁଣି ପାଂଚିଛନ୍ତି ଲୁଟିବା ପାଇଁ କି ମୟୁରଭଞ୍ଜ,ବାଲେଶ୍ୱର।

ପଡୋଶୀଙ୍କ କବଳରୁ ମୁକ୍ତ ନୁହେଁ ସୁନ୍ଦରଗଡ଼, କେନ୍ଦୁଝର

ଏ ଦ୍ବୟ ଜିଲ୍ଲାର ରାଉରକେଲା, ବଡବିଲ, ଚମ୍ପୁଆନଗର, 

ବିହାରୀ କରୁଛନ୍ତି ପ୍ରଚାର ପ୍ରସାର ବିହାରୀ ଭାଷାର

ଉପହାସ କରନ୍ତି ତଣ୍ଟି ଚ଼ିପି ଓଡିଆ ଭାଷାର।

ପୂର୍ବରୁ ତ ଲୁଟିଥିଲେ ସିଂହଭୂମି,ଷଢେ଼ଇକଳା, ଚକ୍ରଧରପୁର

ସିମଡେଗା, ଖୁଣ୍ଟି, ଗୁମ୍ଲା, ଚାଇଁବସା,ଜାମସେଦପୁର

ଏବେ ପୁଣି ଲୋଲୁପ ଦ୍ରୁଷ୍ଟି ତାଙ୍କର

ଲୁଣ୍ଠନ କରିବା ପାଇଁକି ସୁନ୍ଦରଗଡ଼, କେନ୍ଦୁଝର।

ଓଡ଼ିଶା ର ପଶ୍ଚିମ ରେ ରାଜ୍ଯ ଗଡ-ଛତିଶ

ଅଟଇ ଦକ୍ଷିଣ କୋଶଳ ଜନପଦ ର ଅଂଶ, 

କୋଶଳ ଜନପଦ ବୋଇଲେ ଆମରି ପଶ୍ଚିମ ଓଡ଼ିଶା

ଛତିଶଗଡ଼ି-ଲରିଆ ଅଟଇ ଏ ଅଂଚଳ ର ପ୍ରମୁଖ ଭାଷା।

ଦଣ୍ଡକାରଣ୍ୟ ଯୋଜନାରେ ବସତିସ୍ଥାପନ କଲେ ଭିନ୍ନ ଭାଷୀ

ବଢାଇ ହିନ୍ଦୀ, ଗୁଜୁରାଟୀ, ପଂଜାବୀ, ବଙ୍ଗାଳୀ ଭାଷାର ଚାପ , 

ଛତିଶଗଡ଼ି ଓଡିଆ ଆଜି ଘୋର ମନସ୍ତାପ ରେ ଭାଳୁଛି

ଉପଭାଷା ଭତ୍ରୀ, ହଲବୀ, ଦେଶିଆ ପାଇଯିବ କି ଲୋପ।

ଛତିଶଗଡ଼ ମାଟିର କବି କୁନ୍ତଳା କୁମାରୀ

ସ୍ରୁଷ୍ଟି କରି ଯାଇଛନ୍ତି ଗଦ୍ଯପଦ୍ଯ ଅସୁମାରି, 

ସମ୍ରୁଦ୍ଧ କରି ଦେଇଗଲେ ଓଡ଼ିଆ ବାଣୀଭଣ୍ଡାର

ବିଛିନ୍ନାଞ୍ଚଳ ସାଜିଛି ତାଙ୍କ ଜନ୍ମଭୂମି ବସ୍ତର।

ଆମ ରାଜ୍ଯ ଦକ୍ଷିଣ ରେ ପ୍ରତିବେଶୀ ଆନ୍ଧ୍ରପ୍ରଦେଶ

ଲୁଣ୍ଠି, ଲୁଣ୍ଠି ଚାଲିଛି ରେ ଆମ ଜାତି ଦେଶ, 

ଆଗରୁ ତ ଛଡାଇ ନେଇଥିଲା ବିଶାଖାପାଟଣା,ବିଜୟନଗର

ତତ୍ ସହିତ ଇଛାପୁର,ସୋମପେଟା, ସାଲୁର,ପଲାସା, ପାର୍ବତୀପୁର।

ଏବେ ପୁଣି ଆମ ସୀମାନ୍ତ ରେ କରୁଛି ଅନୁପ୍ରବେଶ ବାରମ୍ବାର

ପ୍ରଲୋଭିତ କରି ନିରୀହ ଆଦିବାସୀଙ୍କୁ ଶିକ୍ଷା ଦେଉଛି ତେଲୁଗୁ ଭାଷାର , 

କୋଟିଆ ଗ୍ରାମପୁଞ, ଗଙ୍ଗାବାଡ ରେ ପ୍ରଚାର କରୁଛି ନିଜ ଯୋଜନାର

ଜୋର ଜବରଦସ୍ତୀ ଛଡାଇ ନେବାକୁ ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି।

ହାଏରେ ହାଏ କେମିତି ସହୁଛୁ ଦେଖି ମା'ର ବିଷର୍ଣ୍ଣ ବଦନ

ନିରବ ରହୁଛୁ ଶୁଣି ବିଛିନ୍ନାଞ୍ଚଳବାସୀ ଙ୍କ ରୋଦନ, 

ଅବିଳମ୍ବେ ଉଠରେ ଉତ୍କଳମାତା'ର ଅମ୍ରୁତ ସନ୍ତାନ 

ଅକ୍ଷୁର୍ଣ୍ଣ ରଖିବା ପାଇଁ ନିଜ ମାତ୍ରୁଭୂମି-ଭାଷାର ସମ୍ମାନ୍ନ।

              



Rate this content
Log in

Similar oriya poem from Inspirational