STORYMIRROR

Kalandi pal

Inspirational

3  

Kalandi pal

Inspirational

ପୂର୍ଣ୍ଣ ବ୍ରହ୍ମାଣ୍ଡ

ପୂର୍ଣ୍ଣ ବ୍ରହ୍ମାଣ୍ଡ

1 min
217


ଶୁନ୍ୟ ଜଠରରୁ ଏ ପୂର୍ଣ୍ଣ ବ୍ରହ୍ମାଣ୍ଡ

   ତହିଁରୁ ଓଁ କାର ଜାତ

ଓଁ କାର ଶବ୍ଦରୁ ଏ ସାରା ଜଗତ

  ଏ କଥା ଶାସ୍ତ୍ରେ ବିଦିତ.  (0)


ପାର୍ଥିବ ଶରୀରେ ଆତ୍ମାର ଆସ୍ଥାନ

   ସୁମନ ଆଉ କୁମନ

ସତ୍ତ୍ୱ, ରଜ, ତମେ ଗଢ଼ା ଏ ଶରୀର

   ସର୍ଜିଲ ଜୀବ ପରମ

ପଚିଶ ପକୃତି ଖଞ୍ଜି ଦେଲ ପ୍ରଭୁ

   ପାଞ୍ଚମନ କଲ ଜାତ. (1)


ସତ୍ତ୍ୱ ଗୁଣୁ ଜ୍ଞାନ  ଉଦଭବ ହୁଅଇ

   ବୈକୁଣ୍ଠେ ମିଳଇ ସ୍ଥାନ

ରଜ, ତମ, ଗୁଣେ ବାନ୍ଧି ହେଲେ ପ୍ରଭୁ

   କାହିଁ ମିଳେ ସଦଜ୍ଞାନ

ସବୁ ତ ତୁମରି ଦାନ ମହାପ୍ରଭୁ

   ଭାବନାରେ ନାହିଁ ଅନ୍ତ. (2)


ରଜ ଗୁଣୁ ଲୋଭ ଶରୀର ଗ୍ରାସଇ

   ତମ ଗୁଣରୁ ଅଜ୍ଞାନ

ତିନି ଶକ୍ତି ସମ ଶକ୍ତିର ଆଧାର

   ରଜ, ତମ ବଳବାନ.

ସତ୍ତ୍ୱ ଲଭିବାକୁ କଣ୍ଟକିତ ପଥ

   ରଜ, ତମ କରେ ଜାତ. (3)


କଣ୍ଟକିତ ପଥେ ଯେ ହୁଏ ବାଟୋଇ

    ସତ୍ତ୍ୱ ଗୁଣ ଲଭିଥାଏ

ପଚିଶ ପକୃତି ପାଞ୍ଚ ମନକୁ ସେ

    ଏକତ୍ରିତ କରିଥାଏ.

ପ୍ରଭୁ ବଢ଼ାଇଲେ ତୋର ହାତ

     ସୁଦୟା ହୁଅଇ ଜାତ. (4)

    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational