STORYMIRROR

Ajit Kumar Raut

Inspirational

3  

Ajit Kumar Raut

Inspirational

ପୂଣ୍ୟତିଥି

ପୂଣ୍ୟତିଥି

1 min
232

ମହାନାୟକ ସେ ଦେଶ ରାଷ୍ଟ୍ରପତି

ମିସାଇଲ୍ ମ୍ୟାନ ସେହୁ

ଦେଶକୁ ଗୌରବ ଦେଇ ଥିଲେ ସେହୁ

ଥିଲେ ବୈଜ୍ଞାନିକ ସେହୁ।୧।


ନାମଟି ତାଙ୍କ ଅବଦୁଲ କଲାମ 

ସମସ୍ତଙ୍କ ପ୍ରିୟ ସେହୁ,

ରାଷ୍ଟ୍ର ପ୍ରତି ଭକ୍ତି ଜୀବନର ମନ୍ତ୍ର

ଛାତ୍ରଛାତ୍ରୀ ପ୍ରିୟ ସେହୁ।୨।


ରାଷ୍ଟ୍ର ପ୍ରତି ପ୍ରେମ ରାଷ୍ଟ୍ର ପ୍ରତି ସେବା

ଅଙ୍ଗେ ଅଙ୍ଗେ ବିଭୂଷିତ,

ରାଷ୍ଟ୍ର ପ୍ରତି ତାଙ୍କ ଯୋଗଦାନ ଅତି

ରାଷ୍ଟ୍ର ହିତେ ସମର୍ପିତ।୩।


ଜୁଲାଇର ୨୭ ବର୍ଷ ୨୦୧୫

ପୂଣ୍ୟତିଥି ଅଟେ ତାଙ୍କ,

ପବିତ୍ର ପିଣ୍ଡରୁ ପବିତ୍ର ଆତ୍ମାଟି

ଛାଡ଼ି ଯାଇଥିଲା ତାଙ୍କ।୪।


ଭୁଲି ହେବ ନାହିଁ ତାଙ୍କ ଯୋଗଦାନ

ଦେଶ ରାଷ୍ଟ୍ର ପ୍ରେମୀ ସେହୁ,

ଉଜ୍ଜ୍ୱଳ ଗୌରବ ଦେଇ ଥିଲେ ଦେଶେ

ଦେଶ ବୀର ପୁତ୍ର ସେହୁ।୫।


କୋଟି ପ୍ରଣିପାତ ତାଙ୍କ ଶ୍ରୀଚରଣେ

ଦେଶର ଗୌରବ ସେହୁ,

ପୂଣ୍ୟତିଥି ଆଜି ଶ୍ରଦ୍ଧାଞ୍ଜଳି ତାଙ୍କୁ

ନ ଭୁଲିବେ କେବେ କେହୁ।୬।


ମହାନାୟକ ସେ ଦେଶ ରାଷ୍ଟ୍ରପତି

ମିଶାଇଲ୍ ମ୍ୟାନ ସେହୁ,

ଦେଶକୁ ଗୌରବ ଦେଇ ଥିଲେ ସେହୁ

ଥିଲେ ବୈଜ୍ଞାନିକ ସେହୁ।୭।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational