STORYMIRROR

Suresh chandra Padhy

Inspirational

3  

Suresh chandra Padhy

Inspirational

ପୂଣ୍ୟ କାର୍ତ୍ତିକ

ପୂଣ୍ୟ କାର୍ତ୍ତିକ

1 min
352

ପୂଣ୍ୟ କାର୍ତ୍ତିକରେ ସଜାଇ ଦେବି ହେ ବେଲ ପତର

ତୋଳି ଗୁନ୍ଥି ଦେବି ଅରଖ ଦୁଦୁରା

  ଚଢାଇ ଦେବି ଚମ୍ପା ଫୁଲ ହାର

ଆଖିରେ ତୁମକୁ ନିତି ଦେଖୁଥିବି

ତୁମ ଦର୍ଶନରେ ଶାନ୍ତି ଲଭୁଥିବି

ତୁମ ଗୁଣ ଗାନ ତୁଣ୍ଡେ କରୁଥିବି

ମହିମା ତୁମର କାନେ ଶୁଣୁ ଥିବି

  ମନ ରହି ଥାଉ ଧାମରେ ତୁମର

ତୁମ ଧାମରେ ଗତି ମୁକତି ମୋହର

ପୂଣ୍ୟ କାର୍ତ୍ତିକରେ ....

ପଞ୍ଚାମୃତକୁ ରଖିଛି ମୁଁ କରି

ଅଭିଷେକ କରିବି ତୁମ ନାମ ଧରି

ବୃଷଭକୁ ଯାଇ ଦୁଃଖ ମୋ କହିବି

ତୁମ ପାଦରେ ସମର୍ପିତ ହେବି

  ତୁମ ନାମ ଗାଇ ଯିବି ମୁ ମନ୍ଦିର

କରୁଣା ସାଗର ହେ ଭୋଳା ଶଙ୍କର

ପୂଣ୍ୟ କାର୍ତ୍ତିକ....



Rate this content
Log in

Similar oriya poem from Inspirational