STORYMIRROR

Ajit Kumar Raut

Abstract

4  

Ajit Kumar Raut

Abstract

ପୂଣ୍ୟ ଜନ୍ମମାଟି

ପୂଣ୍ୟ ଜନ୍ମମାଟି

1 min
284

ପୂଣ୍ୟ ମାଟି ଏହୁ ବିଚ୍ଛନ୍ନାଚଳଟି

  ଜନମ ଏହାର କଳେ,

ମାତୃଭାଷା ଆମ ଓଡ଼ିଆ ଭାଷାଟି

  ଓଡ଼ିଆ ଜନନୀ କଳେ।


ଏହାର କୋଳରେ ବାଲ୍ୟକାଳ ଗଲା

  ଆସିଛି ଯୁବା ବୟସ,

ଭାଷାର ସୁରକ୍ଷା କରିବାକୁ ହେବ

 କର୍ତ୍ତବ୍ୟ ଦିଏ ସନ୍ଦେଶ।


ଥିଲେ ବାଲ୍ୟକାଳୁ ସଙ୍ଗ ସାଥି ମେଳେ,

  ଓଡ଼ିଆ ରେ କଥାବାର୍ତ୍ତା,

ଥିଲା ଶିକ୍ଷା ଆମ ଓଡ଼ିଆ ଭାଷାରେ

  ମାତୃଭାଷାରେ ପୂର୍ଣ୍ଣତା


ଥିଲା ମାତୃଭାଷା ଗୌରବ ପ୍ରତୀକ

  ଥିଲା ମାତୃଭାଷା ପ୍ରେମ,

ଥିଲା ଏହୁ ଭୂମି ଉତ୍କଳ ରାଜ୍ୟରେ

  ଥିଲା ଜଗନ୍ନାଥେ ପ୍ରେମ।


ସିଂହଭୂମି ଥିଲା ଉତ୍କଳର ମଣି

  ଝାଡ଼ଖଣ୍ଡ ହେଲା ଏବେ,

ଶିକ୍ଷା ପାଇଁ ଏଠି ଆନ୍ଦୋଳନ ହୁଏ

  ଭାଷା ଶିକ୍ଷା ନାହିଁ ଏବେ।


ରାଜା ଏଠାକାର ଓଡ଼ିଆ ରାଜତ୍ଵ

  ଦେଶ ସ୍ବାଧୀନତା ଆଗେ,

ଓଡ଼ିଆ ଭାଷୀଙ୍କ ଭୂମି ଅଟେ ଏହୁ

  ଗୁଞ୍ଜେ ଇତିହାସ ଆଗେ।


ଶିକ୍ଷା ଅଧିକାର ନମିଳେ ଏଠାରେ

  ସମ୍ବିଧାନ ଦେଇ ଅଛି,

ନୂଆ ଶିକ୍ଷାନୀତି ଦେଇଛି ସମ୍ମାନ

   ମାତୃଭାଷା ସବୁକିଛି।


ଭାଷା ପ୍ରତି ପ୍ରେମ ରହିଛି ଏଠାରେ

   ଶିକ୍ଷା ମିଳୁ ଓଡ଼ିଆରେ,

ଓଡ଼ିଆ ବହିର ବ୍ୟବସ୍ଥା ଭି ହେଉ

   ଶିକ୍ଷା ଭି ମାତୃଭାଷାରେ।


ସ୍କୁଲକୁ ମିଳୁ ଓଡ଼ିଆ ଶିକ୍ଷକ

  ଅଟେ ଆମ ଅଧିକାର,

ଓଡ଼ିଆ ପଢିବେ ଓଡ଼ିଆ ସନ୍ତାନେ

  ଶିକ୍ଷାନୀତି ଅଧିକାର।


ଶିକ୍ଷା ଅଧିକାର ନଦେଲେ ଏଠାରେ

  କରିବେହିଁ ଆନ୍ଦୋଳନ,

ଓଡ଼ିଆ ସନ୍ତାନେ ଜାଗି ଉଠିଲେଣି

  ଦେବେହିଁ ଶିକ୍ଷା ସମ୍ମାନ।


ଜାଗି ଉଠିଲାଣି ମାତୃ ଶକ୍ତି ଏଠି

  ଭାଷା ପ୍ରେମ ସର୍ବୋପରି,

ଓଡ଼ିଆ ପଢିବେ ସନ୍ତାନେ ଆମର

  ମନ୍ତ୍ର କଲେ ସବୁ ନାରୀ।


ବଞ୍ଚିତ କରିଲେ ଆନ୍ଦୋଳନ ହେବ

  ବାନ୍ଧିଲେ ହସ୍ତେ ଗଣ୍ଠିକୁ

ବିଚ୍ଛନ୍ନ ଭୂମିରେ ଶିକ୍ଷା ଓଡ଼ିଆରେ

  ମିଳୁ ଏଠି ସମସ୍ତଙ୍କୁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract