STORYMIRROR

Geetanjali Prusty

Inspirational

4  

Geetanjali Prusty

Inspirational

ପୂଣ୍ୟ ଭାରତ ଭୂଇଁ

ପୂଣ୍ୟ ଭାରତ ଭୂଇଁ

1 min
311

ହିମାଳୟ ଯହିଁ ପାଉଅଛି ଶୋଭା

ଶୁଭ୍ର ମୁକୁଟ ସମ

ମହୋଦଧି ଯା'ର ଚରଣ ସେବୁଛି

ଭାରତ ବର୍ଷ ଯା' ନାମ  


ଗଙ୍ଗା ଗୋଦାବରୀ କୃଷ୍ନା କାବେରୀ

ବହନ୍ତି ଯା' ପାଦ ଛୁଇଁ

ସେଇ ମୋ ଜନନୀ ବୀର ପ୍ରସବିନୀ

ପୂଣ୍ୟ ଭାରତ ଭୂଇଁ  


ଅନେକତାରେ ଏକତାର ମନ୍ତ୍ର

କରେ ଯା'ର ଆବାହନୀ

ଜଗାଇ ଦିଏ ଯା' ଦେଶପ୍ରେମ ଭକ୍ତି

ହୃଦେ ଜାଳି ତପ୍ତ ବହ୍ନି  


ମଧୁର ମଳୟ ଗାତ୍ର ଛୁଇଁ ଯା'ର

ପୁଲକେ ଯାଉଛି ବହି

ସେଇ ମୋ ଜନନୀ ବୀର ପ୍ରସବିନୀ

ପୂଣ୍ୟ ଭାରତ ଭୂଇଁ  


ଯା'କୋଳେ ଜନମି ସନ୍ତାନ କେତେ

ମରଣକୁ ନେଲେ ବରି

ମାଟି ଓ ମାଆର ଟେକ ରଖିବାକୁ

ଜୀବନକୁ ଦେଲେ ବଳି  


ତ୍ରିରଙ୍ଗା ଯାହାର ଉର୍ଦ୍ଧ୍ୱେ ଉଡ଼ଇ

ଗଗନ ପବନ ଛୁଇଁ

ସେଇ ମୋ ଜନନୀ ବୀର ପ୍ରସବିନୀ

ପୂଣ୍ୟ ଭାରତ ଭୂଇଁ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational