Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Geetanjali Prusty

Inspirational

3  

Geetanjali Prusty

Inspirational

ପୂଜ୍ୟ ଗୁରୁଦେବ

ପୂଜ୍ୟ ଗୁରୁଦେବ

1 min
140



ପୂଜ୍ୟ ଗୁରୁଦେବ ଦେବତା ସମାନ

ତୁମ ପଦେ ରଖି ଲୟ

ଅତିକ୍ରମି ବାଧା ଜିଣିବି ଜଗତ

ତୁଟାଇ ମନରୁ ଭୟ l


ତୁମ କର ସ୍ପର୍ଶେ ଦୂର ହେଲା ମୋର

ଅଜ୍ଞାନ ତମସା ଘୋର

ଦେଖାଇଲ ତୁମେ ଶୂନ୍ୟରୁ ପୂର୍ଣ୍ଣକୁ

ବ୍ରହ୍ମମୟ ଏ ସଂସାର l


ମିଛ ଅଭିମାନ ମାୟାର ବନ୍ଧନ

ମନେ ଭରି ଅହଂକାର

ସୋପାନ ଚଢ଼ି ମୁଁ ଦେଖୁଥିଲି ସ୍ବପ୍ନ

ପଡ଼ି ଉଠି ବାରମ୍ବାର l


ହାତ ଧରି ମୋତେ ବାଟ କଢ଼ାଇଲ

ଶିଖାଇଲ ଭଲ ମନ୍ଦ

ସତ୍ୟ ପଥେ ଚାଲି ଯଶ ଅର୍ଜିବାକୁ

ଦେଇ ଥିଲ କିଛି ଶବ୍ଦ l


ସଂଘର୍ଷ ସୋପାନେ ସାଧନାର ପଥେ

ଭରିଲ ଉତ୍ସାହ ତୁମେ

ଶାମୁକା ଭିତରୁ ମୁକ୍ତା ସାଉଁଟିଲି

ଦୀର୍ଘ ମୋର ଅଭିଯାନେ l


ତୁମରି ଆକଟ ଶରୀରରେ ଛାଟ

ସ୍ନେହ ବୋଳା ମଧୁ ବାଣୀ

ଭରିଲା ଜୀବନେ ଅପୂର୍ଵ ଆନନ୍ଦ

ପୂର୍ଣ୍ଣତା ଦେଲା ଆଣି l


ତୁମରି ପଥକୁ ଅନୁସରି ଆଜି

ସମାଜେ ପାଉଛି ପୂଜା

ଜ୍ଞାନର ଆଲୋକ ବାଣ୍ଟୁଛି ଧରାରେ

ଉଡ଼ାଇ ବିଜୟ ଧ୍ବଜା l


ଗୁରୁ ବିନା କେହି କୌଣସି କ୍ଷେତ୍ରରେ

ସଫଳ ହୋଇନି କେବେ

ଗୁରୁ ନିନ୍ଦା କରି ପାଇନି କେ ମୁକ୍ତି

ତରି ନାହିଁ ଏହି ଭବେ l


ପୂଜ୍ୟ ଗୁରୁବର ଘେନ ବାର ବାର

ଭକ୍ତିପୂତ ମୋ ପ୍ରଣତି

ତବ ଆଶିଷ କୁ ଚାହିଁ ଥିବି ସଦା

କର ଯୋଡ଼ି ମଥା ପାତି l



Rate this content
Log in

Similar oriya poem from Inspirational