STORYMIRROR

Devipriya Das

Inspirational Children

2  

Devipriya Das

Inspirational Children

ପୂଜ୍ୟ ଗୋପବନ୍ଧୁ

ପୂଜ୍ୟ ଗୋପବନ୍ଧୁ

1 min
150

ସନ ୧୮୭୭ ମସିହା ଅକ୍ଟୋବର ମାସ

୯ତାରିଖରେ ତମେ ପୁରୀ ଜିଲ୍ଲାର ସୁଆଣ୍ଡୋ

ଗ୍ରାମରେ ହୋଇଣ ଜନ୍ମ ଓଡ଼ିଶା

ମାଟିକୁ ତମେ କରିଲ  ପବିତ୍ର।

ସେବା, ତ୍ୟାଗ ,ଦୟା ଓ ସେନେହ

ର ତମେ ଥିଲ ପ୍ରତିକ ଏ ଧରା ପୃଷ୍ଠରେ।

ତମ ପରି ସୁଯୋଗ୍ୟ ସନ୍ତାନ

କୁ ଧରି କୋଳେ ଓଡ଼ିଶାର

ମାଟି ପାଣି ଓ ପବନ

ସତରେ ଗର୍ବ ରେ ପୁଲକିତ ହୋଇଉଠେ।

ମିଶୁ ମୋର ଦେହ ଏ ଦେଶ ମାଟିରେ

ଦେଶବାସୀ ଚାଲିଯାଆନ୍ତୁ ମୋ ପିଠିରେ

ଉକ୍ତି ଚିରଦିନ ପାଇଁ ସାଇତି ହୋଇ

ରହିବ ଚାରି କୋଟି ଓଡିଆଙ୍କ ହୃଦୟ ରେ।

ତମ ନିଃସ୍ଵାର୍ଥପର ସେବା ଓ ତ୍ୟାଗ

ପାଇଁ ଓଡ଼ିଶା ରାଜ୍ୟ ର ତମେ ମଉଡ ମଣି।

ତମ ଜୀବନ ଉତ୍ସର୍ଗ  କରିଲ ତମେ

ଓଡ଼ିଶା ବାସୀଙ୍କ ସୁଖଦୁଃଖ ରେ।

କର୍ଣ୍ଣଧାର ଥିଲ ତମେ ଓଡ଼ିଶାର

ସାମଗ୍ରିକ ବିକାଶ ର।

ସେଥିପାଇଁ ସେ ଓଡ଼ିଶାରେ

ଉତ୍କଳ ମଣି ଗୋୋବନ୍ଧୁ ଦାସ ନାମରେ ପ୍ରସିଦ୍ଧ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational