ପୂଜ୍ୟ ଗୋପବନ୍ଧୁ
ପୂଜ୍ୟ ଗୋପବନ୍ଧୁ
ସନ ୧୮୭୭ ମସିହା ଅକ୍ଟୋବର ମାସ
୯ତାରିଖରେ ତମେ ପୁରୀ ଜିଲ୍ଲାର ସୁଆଣ୍ଡୋ
ଗ୍ରାମରେ ହୋଇଣ ଜନ୍ମ ଓଡ଼ିଶା
ମାଟିକୁ ତମେ କରିଲ ପବିତ୍ର।
ସେବା, ତ୍ୟାଗ ,ଦୟା ଓ ସେନେହ
ର ତମେ ଥିଲ ପ୍ରତିକ ଏ ଧରା ପୃଷ୍ଠରେ।
ତମ ପରି ସୁଯୋଗ୍ୟ ସନ୍ତାନ
କୁ ଧରି କୋଳେ ଓଡ଼ିଶାର
ମାଟି ପାଣି ଓ ପବନ
ସତରେ ଗର୍ବ ରେ ପୁଲକିତ ହୋଇଉଠେ।
ମିଶୁ ମୋର ଦେହ ଏ ଦେଶ ମାଟିରେ
ଦେଶବାସୀ ଚାଲିଯାଆନ୍ତୁ ମୋ ପିଠିରେ
ଉକ୍ତି ଚିରଦିନ ପାଇଁ ସାଇତି ହୋଇ
ରହିବ ଚାରି କୋଟି ଓଡିଆଙ୍କ ହୃଦୟ ରେ।
ତମ ନିଃସ୍ଵାର୍ଥପର ସେବା ଓ ତ୍ୟାଗ
ପାଇଁ ଓଡ଼ିଶା ରାଜ୍ୟ ର ତମେ ମଉଡ ମଣି।
ତମ ଜୀବନ ଉତ୍ସର୍ଗ କରିଲ ତମେ
ଓଡ଼ିଶା ବାସୀଙ୍କ ସୁଖଦୁଃଖ ରେ।
କର୍ଣ୍ଣଧାର ଥିଲ ତମେ ଓଡ଼ିଶାର
ସାମଗ୍ରିକ ବିକାଶ ର।
ସେଥିପାଇଁ ସେ ଓଡ଼ିଶାରେ
ଉତ୍କଳ ମଣି ଗୋୋବନ୍ଧୁ ଦାସ ନାମରେ ପ୍ରସିଦ୍ଧ।
