STORYMIRROR

Sadananda Sahoo

Inspirational

3  

Sadananda Sahoo

Inspirational

ପୂଜ୍ଯସ୍ପଦ ଗୁରୁଦେବ

ପୂଜ୍ଯସ୍ପଦ ଗୁରୁଦେବ

2 mins
238


ସ୍ମୃତିରୁ ବିସ୍ମୃତି ହୋଇନାହିଁ ଛବି

    ପୁଜାସ୍ପଦ ଗୁରୁଦେବ ; 

ଚନ୍ଦ୍ରଶେଖର ଉଚ୍ଚ ବିଦ୍ୟାଳୟ

   ଶିକ୍ଷାଜ୍ୟୋତି ମହାକୁମ୍ଭ. !!


ଇଶାଣି ଗ୍ରାମର ଉଚ୍ଚ ବିଦ୍ୟାଳୟ

      ସ୍ମୃତିର ଅଲିଭା ଚିତ୍ର ; 

ସତୁରୀ ଦଶକେ ଥିଲା ତ ସଙ୍କଟେ

     ଘାତ ପ୍ରତିଘାତ ମିତ୍ର !!


କେତେ ଯେ ଶିକ୍ଷକ ଅପସରି ଗଲେ

     କହିଲେ ସରିବ ନାଇଁ ;

ଏହି ସମୟରେ ଆସିଲେ ସରାଗେ

     ନିଷ୍ଠାବାନ ଗୁରୁ ଦୁଇ.!!


ସେବା ପରାୟଣ ରବିନାରାୟଣ

     ସମର୍ପଣେ ବ୍ରତଚାରୀ ;

ଯୋଗେଶ ଚନ୍ଦର ଉତ୍ସର୍ଗୀକୃତର

    ଶିକ୍ଷାଲୋକ ଦାନକାରୀ !! 


ଇଂଗ୍ରାଜୀ ଶିକ୍ଷକ ରବିନାରାୟଣ 

    ଶିକ୍ଷା ଆଳୟର ମୁକ୍ତା ; 

ବହୁ ଅବଦାନ ମହାଗୁରୁଙ୍କର

   ସ୍ମୃତିକୃତି ଅଭିଷିକ୍ତା !!


ଗଣିତ ଶିକ୍ଷକ ଯୋଗେଶ ଚନ୍ଦର

   ଶିକ୍ଷାଜ୍ୟୋତି ପରଂବ୍ରହ୍ମ.;

ମହାନୁଭବର ମହାନ ହୃଦୟ

    ଅଟଳ ବିଶ୍ଵାସୀ ଭୀଷ୍ମ !!


ଦୃଢ ଇଚ୍ଛା ଶକ୍ତି ସଂକଳ୍ପ ସରାଗି 

  ହେ ରଥ ବେହେରା ଦେବ

ସମୟାନୁବର୍ତ୍ତୀତା ତଵ ପରାକାଷ୍ଠା

    ଭିନ୍ନଏକ ପରିଚୟ.!! 


ନିଃସ୍ଵାର୍ଥପରତା ଶିକ୍ଷାଦାନେ ଇଚ୍ଛା

    ଥିଲା ତଵ  ଆଭୂଷଣ.; 

କେତେ ଛାତ୍ର ଛାତ୍ରୀ ଶିକ୍ଷା ତଵ ଲଭି

     ଉଚ୍ଚପଦେ ଅଳଙ୍କୃତ. !! 


 ଈଶାଣି ଜୀବନ୍ତ ଶିକ୍ଷା ମାଟି ସତ୍ୟ  

    ଗଢିଥିଲ ବେନି ଗୁରୁ ; 

ତଵ ଶ୍ରମଦାନେ  ଉଲ୍ଲସିତ ସର୍ବେ

     ପ୍ରଣିପାତ ହୃଦୟରୁ !!


ମଧୁର ସମ୍ପର୍କେ ବାନ୍ଧିଥିଲ ସତେ

    ସ୍ନେହର ଆଧାର ଦେଇ ; 

ସର୍ବ ଶିଷ୍ୟ ଶିଷ୍ୟା ଝୁରିବାଟା ସାରା

    ସ୍ମୃତିକୁ ମନେ ପକାଇ.  !!


ମହାନୁଭବର   ମହା ପରିଚୟ

   ଆହା କି ସଂଯୋଗ ପ୍ରଭୁ

ସୂର୍ଯ୍ୟ ଚନ୍ଦ୍ର ଦୁଇ ଗୁରୁଦେବ ଏହି

    ଉଷ୍ମତା ଶୀତଳ ବିଭୁ  !! 


ଶିକ୍ଷା ମନ୍ତ୍ର ଫୁଂକି ଦେଉଥିଲ କହି

   ବିଦ୍ୟାହିଁ ସର୍ବାଗ୍ରେ ଶ୍ରେଷ୍ଠ. ;

ପ୍ରତିଯୋଗି ଭାବ କରହେ ପୋଷଣ

    ହୋଇ ସର୍ବେ ଏକନିଷ୍ଠ  !!


ସତୁରୀ ଦଶକ ଛଅସ୍ତରି ଚିତ୍ର

   ଭାସି ଉଠେ ନେତ୍ରେ ଆଜି ;

 ଗୁରୁ ଚନ୍ଦ୍ର ରବି ନମଃ ନମଃ ସ୍ଵାମୀ

    ସ୍ମୃତି ବଖାଣୁଚି କିଛି !!


 ପ୍ରିୟ ଛାତ୍ର ଛାତ୍ରୀ କୁଶଳେ ଅଛନ୍ତି

     ତଵ ଆଶୀର୍ବାଦ ଲଭି

  ଟୁନିଆ ବାଇଆ ବୁଲୁ ରବି ମନା

      ଶିକ୍ଷାର ଆଦର୍ଶ ଛବି !! 


  ସୁକାନ୍ତ ଶଙ୍କର ତୁମ୍ଭରି ସ୍ୱୀକୃତ

     ମେଧାବୀ ବିଦ୍ୟାର୍ଥୀ ମଣି ;

ମନି ବିଭୁଷିତା ସୁ ଛାତ୍ରୀ ସଂହିତା

     ତଵପାଶେ  ଚିର ଋଣୀ !! 


ସୁକାନ୍ତ ମାଣିକ ତଵ ପ୍ରିୟ ଛାତ୍ର

     ଆହେ ରବି ଚନ୍ଦ୍ର ଗୁରୁ ;

ଭୁଲି ପାରିବନି ତଵ ଦାନ କୃତି

    ପ୍ରଣିପାତ ହୃଦୟରୁ  !!


ଅଯୋଗ୍ୟ ଛାତ୍ରଙ୍କୁ  ଯୋଗ୍ୟ କରିବାକୁ

    ଦିବାରାତ୍ରୀ ଭୁଲିଯାଅ ;

ତଵ ବିଦ୍ୟା ଦାନ ମହା ସମର୍ପଣ

     ହୃଦୟରେ ସ୍ଥାନ ଦିଅ !!


ଗ୍ରାମ ଅଧିବାସୀ ଭୁଲି ପାରିବେନି

    ତୁମ୍ଭରି ମହତ୍ତ. କାର୍ଯ୍ୟ ;

ଉତ୍ସର୍ଗୀକୃତର ହେ ମହାନାୟକ

     ଅସୀମ ତୁମରି ଧୈର୍ଯ୍ୟ. !! 


ଗାନ୍ଧୀ ଗୋପବନ୍ଧୁ ପରି ତୁମ୍ଭେ ଗୁରୁ

    ବିଦ୍ୟାର୍ଥୀ ସରାଗୀ ସ୍ନେହିଁ  ; 

ଅବସର ପରେ ଝୁରୁଛଁନ୍ତି ସର୍ବେ

   ହୃଦୟର  କଥା କହି !! 


ଚନ୍ଦ୍ରଶେଖର ଉଚ୍ଚ ବିଦ୍ୟାଳୟ

    ଆଜିବି ଝୁରୁଛି ଗୁରୁ ;

ତଵ ଅବସର ମହା ଶୂନ୍ୟସ୍ଥାନ

   ଦୁଇଦଶ ପାଞ୍ଚ ଠାରୁ !! 


ପନ୍ଦର ବରଷ ହେଲାଣି ବିଗତ

   ବିରାମ ବିହୀନ ତୁମେ;

ଅଦ୍ୟାବଧି ମଧ୍ୟ ଶିକ୍ଷା ଦନେ ସିଦ୍ଧ

   ଚନ୍ଦ୍ର ସୂର୍ଯ୍ୟ ଦ୍ଵୟ ତୁମ୍ଭେ !!


ଆତ୍ମ ତୃପ୍ତି ପାଇଁ ବିଦ୍ୟା ଦିଅ ବାଣ୍ଟି

   ଶିକ୍ଷା ଦାନେ ଯାଅ ମଜ୍ଜି ;

ହେ ଚିର ନମସ୍ୟ ପୂଜ୍ୟ ଗୁରୁଦେବ

    ସର୍ବ ଶାନ୍ତି ଲଭ ହସି !!


ଦୁଃଖ ଅବସାଦ ହେଉ ତଵ ଦୂର

     ସୁଖ ସମୃଦ୍ଧିରେ ହସ;

ଆହେ ଇଷ୍ଟ ଦେବ ଚନ୍ଦ୍ରଶେଖର

     ଘଣ୍ଟ ଘୋଡେଇ ରଖ.!! 


 ଅବଶିଷ୍ଟ ଭାଗ ଜୀବନ ସୋପାନ

     ପୁଷ୍ପେ ବିମଣ୍ଡିତ ହେଉ.; 

ସୂର୍ଯ୍ୟ ଚନ୍ଦ୍ର ପରି ଅମଳିନ ହୋଇ

     ସଂସାରେ ଝଟକୁ ଥାଉ. !!     


 ଜୀବନ ଜଞ୍ଜାଳେ ଥାଅ ହେ ସୁଖରେ 

     ପିଲା ପରିବାର ସାଥେ ;

ଏ ନଵବର୍ଷରେ  ନିବେଦନ କରେ

     କୃପାକର ଜଗନ୍ନାଥେ !! 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational