STORYMIRROR

Durjyodhan Barik

Inspirational

4  

Durjyodhan Barik

Inspirational

ପୁସ୍ତକ

ପୁସ୍ତକ

1 min
190

         


ପୁସ୍ତକ ନୁହଇ ଛୋଟିଆ ବସ୍ତୁରେ

ସେତ ଜ୍ଞାନର ସାଗର,

ଖୋଜିଲେ ତହିଁରେ ସବୁ ମିଳିଯିବ

ଏ ବଚନ ଗୁରୁଙ୍କର । 


ପୁସ୍ତକରେ ଅଛି ଗୀତା ଭାଗବତ

ମହାଭାରତ ପୁରାଣ,

ବେଦ ତ୍ରିପିଟକ ମନ୍ତ୍ର ବାସ୍ତୁଶାସ୍ତ୍ର

ତନ୍ତ୍ର ଗୁରୁବାରି ଯାଣ ।


ପଶିଲେ ଗଭୀରେ ଖୋଜିଲେ ପାଇବ

ଯାହା ସତ୍ୟ ଚିରନ୍ତନ,

ସେହି ସବୁ ଯଦି ବୁଝି ବୁଝାଇବ 

ମିଳି ଯିବ ଦିବ୍ୟ ଜ୍ଞାନ ।


ସେହି ଜ୍ଞାନ ବଳେ ନାଶିବ ତିମିର

ଜାଳିବ ଜ୍ଞାନର ଜ୍ୟୋତି,

ସେହି ଜ୍ୟୋତି ଯେବେ ପ୍ରସାରିତ ହେବ

ବିଛୁରିତ ହେବ ଖ୍ୟାତି।


ବୁଦ୍ଧି ଜ୍ଞାନ ସଦା  କାମରେ ଆସନ୍ତି

ଦୁଃଖରେ ହୁଅନ୍ତି ସାହା,

ବୁଦ୍ଧି ଜ୍ଞାନ ବିନା ମଣିଷ ମାନଙ୍କୁ

ମିଳେ ନାହିଁ କେବେ ରାହା ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational