STORYMIRROR

Tapan Kumar Biswal

Abstract

4  

Tapan Kumar Biswal

Abstract

ପୁସ୍ତକ

ପୁସ୍ତକ

1 min
23.1K


ମୁଁ ଆଗରୁ ଅଛି ଭବିଷ୍ୟତରେ 

ରହିବି ମଧ୍ୟ ଭିନ୍ନ ଭିନ୍ନ ନାମରେ

କିଏ କହେ ପୋଥି ଆଉ କିଏ ପୁସ୍ତକ

କିନ୍ତୁ ନିରବଚ୍ଛିନ୍ନ ଭାବେ 

ଯୋଗାଇ ଚାଲିଛି ସେବା ll


ପୋଥିର ଚିକିତ୍ସା ପଦ୍ଧତି

ଧର୍ମ ଗ୍ରନ୍ଥର ମୂଳ ତତ୍ତ୍ଵ ଓ ଧର୍ମର ମାର୍ଗ

ଭବିଷ୍ୟତ ର ଚେତାବନୀ ମାଳିକା ମାଧ୍ୟମରେ

ଜୋତିର୍ବିଜ୍ଞାନର ଜ୍ଞାନ 

କାବ୍ୟ କବିତା ଉପନ୍ୟାସ ର

ଉପଲବ୍ଧି ଅତୁଳନୀୟ ll


ଶିକ୍ଷା ସ୍ୱାସ୍ଥ୍ୟ ମନୋରଞ୍ଜନ

ଅନନ୍ୟ ମାଧ୍ୟମର ଅନନ୍ୟ ସୃଷ୍ଟି

ଜୀବନ୍ତ ଜୀବନର ସୁନ୍ଦର ଜୀବନ ଶୈଳୀ

ତଥା ପ୍ରଗତି ର ପ୍ରେରଣା ll


ଏବେ ମଧ୍ୟ ସେମିତି ହିଁ ଅଛି

ପରିବର୍ତ୍ତନ ଘଟିଛି ଭାଷା ଆଉ ଶୈଳୀର

କିଛି ନୂଆ ପୁରୁଣା ର ସମଷ୍ଟି

କିଛି ନୂତନ ସମ୍ଭାବନାର ଆଶା ll


ସେମିତି ରହିଛି ଆଦର ଚାହିଦା

ଉପାଦେୟ ଆଉ ଆବଶ୍ୟକତା

ରହିଛି ରହିବ ସବୁବେଳେ 

ଗୁଣୀ ଜ୍ଞାନୀ ତଥା ସାହିତ୍ୟ ପ୍ରେମୀ

ଶିକ୍ଷାର୍ଥୀଙ୍କ ପାଇଁ ସଦା ସର୍ବଦା ll


ସବୁବେଳେ ଦେଇଥାଏ

ନୂତନ ଦିଗଦର୍ଶନ 

ନୂଆ ସମ୍ଭାବନା ଆଧ୍ୟାତ୍ମିକ

କଳା ସାହିତ୍ୟ ଓ ସଂସ୍କୃତିକୁ

ରୁଦ୍ଧିମନ୍ତ କରିଥାଏ ନୂତନ ପୁରାତନର

ସଁମିଶ୍ରଣରେ ଅନ୍ୟନ ଆଶାର ସଞ୍ଚାର ll


ସାମାନ୍ୟ ପରିବର୍ତ୍ତନ ହିଁ

କେତେକାଂଶରେ ଯୋଗାଏ ନୂଆ ଆଗ୍ରହ

ସାମାଜିକ ମହାକାଶ ତଥା ରୋଷେଇ ଶିକ୍ଷାର

ନୂତନ ମାଧ୍ୟମ ମଧ୍ୟ ଏହି ପୁସ୍ତକ

ଏହା ସର୍ବଜନାଦୃତ ll


ନୂତନ ଶୈଳୀ 

ଲିଖନ ପଠନ ସଂଗ୍ରହ ସଂଗ୍ରହାଳୟରେ

ଭରିଦିଏ ନୂତନ ଆଶାର କିରଣ

ଶିକ୍ଷା ଦିଏ ନୂତନ ଜୀବନଶୈଳୀର 

ଯୋଗାଏ ପ୍ରେରଣା ଭବିଷ୍ୟତ ପାଇଁ ll


ଏହାର ସହଜ ସରଳ ବାସ୍ତବଧର୍ମୀ 

ଉପାଦେୟ ହିଁ ବୈପ୍ଳବିକ ପରିବର୍ତ୍ତନ

ଆଣିଛି ନୂତନ ଶିକ୍ଷା କ୍ଷେତ୍ରରେ 

କିନ୍ତୁ ନୂତନ ଏବଂ ପୁରାତନ ସାହିତ୍ୟର

ସମଷ୍ଟି ହିଁ ଆଗାମୀ ସାହିତ୍ୟ ପାଇଁ

ସୁବର୍ଣ୍ଣ ସୁଯୋଗର ସୃଷ୍ଟି

ଏହା ନିଃସନ୍ଦେହ ll


Rate this content
Log in

Similar oriya poem from Abstract