STORYMIRROR

Jagannath Barik

Inspirational

4  

Jagannath Barik

Inspirational

ପୁସ୍ତକ

ପୁସ୍ତକ

1 min
501

ପୁସ୍ତକ ଆସନ ପୂଜା ସିଂହାସନ ପୁସ୍ତକ ମସ୍ତକ ମଣି 

ପୁସ୍ତକ ଆମର ପ୍ରିୟତମ ବନ୍ଧୁ ପୁସ୍ତକ ଜ୍ଞାନର ଖଣି ।।

ପୁସ୍ତକେ ନିହିତ ଧର୍ମ ଦର୍ଶନ ଜ୍ଞାନ ବିଜ୍ଞାନର ତତ୍ତ୍ୱ 

ପୁସ୍ତକ ବହେ ଅଷ୍ଟାଦଶ ବିଦ୍ୟା ଦିଏ ଚାରି ପୁରୁଷାର୍ଥ ।।

ପୁସ୍ତକ ଧରିଲେ ଗାୟତ୍ରୀ ସାବିତ୍ରୀ ସରସ୍ବତୀ ଵେଦପତି

ପୁସ୍ତକ ରଂଜିତ ସ୍ୱୟଂ ଗଣନାଥ  ଦ୍ବିପାୟନ ମହାମତି ।।

ପୁସ୍ତକ ପୁରାଣୁ ପରମାଣୁ ଯୁଗ ଯାଏ ଅନନ୍ତ ଵ୍ୟାପୃତ୍ତି 

ପୁସ୍ତକ ମାନବ ସଭ୍ୟତା ଉତଥାନ ପତନର ଇତିବୃତ୍ତି ।।

ପୁସ୍ତକ ସଦା ପାଶେ ରହିଥାଏ ବିପଦେ ସମ୍ପଦେ ମିତ୍ର 

ପୁସ୍ତକ ସଦା ମାର୍ଗ ପ୍ରଦର୍ଶକ ନ୍ୟାୟ ନୀତି ଧର୍ମେ ସ୍ଥିତ ।।

ପୁସ୍ତକ ପଠନେ ମାନସ ରଞ୍ଜନ ଅବସର ବିନୋଦନ 

ପୁସ୍ତକ କରେ ଜ୍ଞାନ ବିବର୍ଦ୍ଧନ ଜ୍ଞାନରାଶି ବିତରଣ ।।

ପୁସ୍ତକ ପୁଣି ବିଭିନ୍ନ ବିଭାଗ ବିଭିନ୍ନ ବିଭାବେ ଭରା 

ପୁସ୍ତକକୁ ଯିଏ ଯେତିକି ଚିହ୍ନିଲା ସେତେ ଯଶୋସ୍ମାନ ପରା ।।

ପୁସ୍ତକ ଶୈଶବୁ ଜରା ମାରଣାନ୍ତ ହୋଇଥାଏ ପ୍ରିୟତମ 

ପୁସ୍ତକ ଅର୍ଜିତ ବିଦ୍ୟାହିଁ ଶାଶ୍ୱତ ଜନ୍ମ ଜନ୍ମାନ୍ତର ଗମ୍ୟ ।।

ପୁସ୍ତକ ପାଖରେ ନାହିଁ ଭେଦ ଭାବ ପ୍ରିୟା ପ୍ରୀତି ଶମ ଦମ 

ପୁସ୍ତକ ଅନନ୍ତ ଦେଶ କାଳ ବ୍ୟାପ୍ତ ଅଗାଧ ପୟୋଧି ସମ ।।

ପୁସ୍ତକ ମାନବ ତୃତୀୟ ନୟନ ପୁସ୍ତକ ଅମୂଲ୍ୟ ଧନ 

ପୁସ୍ତକ ଆଳୟ ପବିତ୍ର ଭବନ ମାନବ ତୀର୍ଥ ସଦନ ।।

ପୁସ୍ତକର ଯହିଁ ଯେତିକି ଆଦର ସେ ଜାତି ସେତିକି ବଡ଼ 

ପୁସ୍ତକ ପ୍ରେମରେ ବଢ଼ ଛାତ୍ର ଛାତ୍ରୀ ମୋବାଇଲି ପ୍ରେମ ଛାଡ଼ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational