STORYMIRROR

Akshayakumar Dash

Abstract

3  

Akshayakumar Dash

Abstract

ପୁଷ୍କରିଣୀ

ପୁଷ୍କରିଣୀ

1 min
11.7K

କାଚକେନ୍ଦୁ ଜଳ ଭେଦି ସତଦଳ 

ପଦ୍ମିନୀ ହସଇ ଜଳେ

ଜଳ କ୍ରୀଡା ରତ ସାଗର ବୋଇତ 

ରାଜହଂସ ପନ୍ତି ଦଳେ ।

ମିନ ଡେଇଁଥାନ୍ତି ଆନନ୍ଦ ବଜାରେ

କଙ୍କଡା କୂଳକୁ ଧାଇଁ

ପାଣି ଲତାମାନ ଉହାଡ଼େ କରାଣ୍ଡି

ଦରଣ୍ଡଇ ଖାଦ୍ୟ ପାଇଁ ।

ବଗ ଦଳେ ବସି ପୋଖରୀ ହୁଡା ରେ

ଟେକି ଥଂଟ ମନ ଭରେ

ବିରାଡ଼ି ପଚାରେ ସାଧନା କରିତୁ

ଆଇଁସ ଖାଉଛୁ କିରେ।

ପାଣି ପିଇ ଆସେ ବୁଢା ମାଙ୍କଡ଼ଟା

କିମ୍ଭୀର ଆସଇ ମାଡି

ଏକକୁଡ଼ା ଦେଇ ହନୁ ଚଲେ ଗଛ

ଦେଇଥାଏ ଦେଖି ରଡି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Akshayakumar Dash

Similar oriya poem from Abstract