STORYMIRROR

Chinmayee Sahoo

Abstract

2  

Chinmayee Sahoo

Abstract

ପଉଷ

ପଉଷ

1 min
409

ପଉଷ ମାସରେ ଶୀତ ବହୁତ

ଆରେ ମୋର ମିତ ଗାଇବା ଗୀତ


ଶିରିଶି୍ରି ବାଆ ଦେହଥରାଏ

ଆଦ୍ର ଶୁଷ୍କ ବାୟୁ ରୁକ୍ଷ କରାଏ


ଦେହ ମୁଁହ ଫାଟି ଦିଶେ ଅବାଗ

ତଇଳ ମାଖିଲେ ଦିଶଇ ବାଗ


କାଉ ହରି ସବୁ ଦେହ ର କାନ୍ତି

ଦିଶଇ କାଳେ ସେ ଚିକ୍କଣ ଅତି


ପୁଷରେ ତ ଖଇ ମାଘ ରେ ଦହି

ଚୈତ୍ରେ ନିମ ଚକୁଳି ଦେବା ଖାଇ


ଲୋକ କଥା ଯା'ଅଛି ଏ ଜଗତେ

ସମାଜ ପାଇଁ କି ହିତ ଟି ସତେ


ମାନି ଚଳିଲେ ଟି ହୋଇବା ସୁଖୀ

ସର୍ବଶୁଭ କରିବେ ଚକାଆଖୀ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract