STORYMIRROR

Laxminarayan Sahoo

Classics

3  

Laxminarayan Sahoo

Classics

ପୁଷ୍ ପୁନି

ପୁଷ୍ ପୁନି

1 min
294


ଆଏଲେ ତିହାର୍ ବାହାର୍

ମନ୍ ହେଉଥିସି ଘର୍ ବାହାର୍

ଗଜ୍ ଗଜାଉ ଥିସି ବଜା

ମନ୍ ଖାଉଥିସି ଖଁଡ୍ ଖଜା

ସେଥେରେ ଫେର୍ ପୁଷ୍ ପୁନି

ପାଞ୍ଚ୍ ଦିନୁ ପିଆ ହେସି ନୁନ୍ ପାନି ।


ମଡ଼ା କାକରା ଅରସା ପିଠା

ଶିକାର୍ ତୁନ୍ କେ ଖିରୀ ମିଠା

ମନ୍ କରସି କରବା କେ

ଟିକେ ନିଶା ପାନି

କାଁ ହେଲା ବଛର୍ କେ ଥରେ ତ

ଇ ଊସନାକିର୍ ପୁଷ୍ ପୁନି ।


ଛେର୍ ଛେର୍ ଛେର୍

ଛେର୍ ଛେରା

ଡକରା ଶୁନି ମନ୍ ହେସି ତରା ତରା

ସରଗ୍ ପାଏନ୍ କେ ଟକରା ଫୁଟା

ଅଧା ବଇସ୍ ଭାଗି ଗଲାନ

ସଲଖାଇ ନାଇଁ ହେଉଛେ ଅଁଟା ।


ଶହେ ଗାଡ୍ କେ ଅଶୀ ମେର୍ହା

ଫାଲେ ସିଇଁଲେ ଫାଲେ ଚିର୍ହା

ଫିର୍ ଭି ଖଁଜି ଖାପି

ମାଗି ଯାଁଚି ଧାର୍ ଉଧାରେ

ଗନ୍ଥଵା କେ ପଡବା ଖୁସି ବାସି

ଛାଏନ୍ ପିଣ୍ଡା ଉପରେ ବସି

କୁକୁରା ଡାକ୍ ଦେସି ।


ଘରେ ଦୁଇ ଦୁଇଟା

ବଢଲା ଟୁକେଲ୍

କାମ୍ ନାଇଁ କି ଧନ୍ଦା ନାଇଁ

ପିଲା ଚଢୁଛେ ମଟର୍ ସାଇକେଲ୍

କାମ୍ କରି କରି ବୁଢି

ବାତେ ହଇଗଲାନ ମୁଡାମୁଡି

କୁର୍ କୁଡି କୁର୍ କୁଡି

ଜେନ୍ ରଖିଥିଲା ଦୁଇ ପଇସା

ବଇଦ କେ କଲା ମଉସା

ଏତିକି କଥାକେ 

ନାଇ ଗାଆ ଆର୍ ଗୀତ୍

ମରି ଗଲେ କିଏ ଖାଏବା

ଗୁଟେ ମାଘେ

ନାଇଁ ଯାଏ ଭାଇ ଶୀତ୍ ।


ପୁଷ୍ ପୁନିକେ ଫୁଷ୍ ପୁନି

ନାଇଁ କରବୁ ପୁତା

ଆମର୍ ପରବ୍ ଆମର୍ ଗରବ୍

ପୁନି ତିହାର୍ ଭାବ୍ ପୀରତି ବଁଧନ୍ ପରେ

କରିଥିବୁ ତୁଇ ସୁର୍'ତା ।


ଦୁଃଖର୍ ଭିତ୍ରେ ସୁଖର୍ ଜହ୍ନ୍

ପୁଷ୍ ପୁନିର୍ ଜହ୍ନ୍

ଅଭାବ୍ ଭିତ଼଼୍ରେ ଭାବ୍ ଆଏ

ଚାଲ୍ ଉସତ୍ ବନାମା ଭାଏ ।। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics