Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Trushna Das

Abstract Inspirational Others

4  

Trushna Das

Abstract Inspirational Others

ପୁରୁଷତ୍ୱ

ପୁରୁଷତ୍ୱ

1 min
480


ଦେଖାଇବା ପାଇଁ ନିଜ ପୁରୁଷତ୍ୱ

   କରୁଛ ନାରୀର ବଳାତ୍କାର 

କରି ତାକୁ କଳଙ୍କିତ 

   ଭାବୁଛ ତୁମେ ନିଜକୁ ମହାନ । 


ତୁମେ କରିଥିବା କୁକର୍ମର ପରିଣାମ

   ନାରୀ କରିଥାଏ ସହନ

ବଢି ଥାଏ ତା ଗର୍ଭେ ତୁମ ସନ୍ତାନ 

   ଚରିତ୍ରହୀନା ଉପାଧି ତାକୁ ଦିଏ ଏ ସମାଜ ।


ନାରୀ ସେ ପା ମାଆ ମନ

   କେମିତି କରିବ ନିଜ ସନ୍ତାନକୁ ନଷ୍ଟ

ଗର୍ଭେ ଧରି ରଖିଥାଏ ତୁମ ସନ୍ତାନକୁ ଦଶ ମାସ 

   ସହି ଥାଏ ଯେ କେତେ କଷ୍ଟ । 


ତୁମେ ଦେଖାଇ ପୁରୁଷତ୍ୱ

   ନାରୀକୁ କରି ମଧ୍ୟ ବର୍ବାଦ

ତୁମେ ହୋଇ ଥାକ ସତ୍ୟବାନ

   ସେ ହୋଇଥାଏ କଳଙ୍କିତ ।


ବାଃ ରେ ବାଃ ହେ ପୁରୁଷତ୍ୱ

   ହେ ଆଜିର ସମାଜ 

ନାରୀ ଠାରୁ ହିଁ ନେଇ ଥାଅ ଅଗ୍ନି ପରୀକ୍ଷା 

   ପରୁଷକୁ ପରମେଶ୍ବର କହି ମୁଣ୍ଡରେ ବସାଅ ପର । 


ଏ ପରୁଷତ୍ୱ ସମାଜରେ

   ସ୍ୱାମୀ ସ୍ତ୍ରୀକୁ ଦେଇ ଥାଏ 

ନିର୍ଯାତନା କେତେ ଯେ

ତଥାପି ସ୍ୱାମୀ ହୋଇ ଥାଏ ଭଗବାନ, ନାରୀ ତାର ଦାସୀ ଯେ।


ବାଃ ରେ ବାଃ ହେ ପରୁଷତ୍ୱ ସମାଜ

   ଏବେ ବି ଅଛି ପୁରୁଷ ଓ ନାରୀ ମଧ୍ୟରେ ପ୍ରଭେଦ 

କେବଳ ନାରୀ ପାଇଁ ଲକ୍ଷ୍ମଣରେଖା

   ପୁରୁଷ ପାଇଁ ସବୁ ଖୋଲା । 


ହେ ଆଜିର ସମାଜ 

   ହୁଅ ଜାଗୃତ

ନ କରି ପୁରୁଷ ଓ ନାରୀ ମଧ୍ୟରେ ପାତର ଅନ୍ତର 

ଦିଅ ନାରୀକୁ ତାର ସ୍ୱାଧୀନତା ଆଉ ଅଧିକାର ।


Rate this content
Log in

Similar oriya poem from Abstract